?????

ଦୁର୍ଘଟଣାରେ ସାଇକେଲ ଚାଳକ ମୃତ, ଟ୍ରକରେ ନିଆଁ ଲଗାଇ ଦେଲେ ଲୋକେ

ଝାରସୁଗୁଡା: ଜଣେ 70 ବର୍ଷୀୟ ବୃଦ୍ଧଙ୍କୁ ଏକ ଟ୍ରକ ଧକ୍କା ଦେବା ପରେ ଉତ୍ତ୍ୟକ୍ତ ଲୋକେ ଏକ ଟ୍ରକକୁ ଜାଳି ଦେଇଛନ୍ତି । ସାଇକେଲ ଆରୋହୀ ହେମସାଗର ସାହୁ ବୋଲି ଜଣାପଡିଛି । ତାଙ୍କ ଘର କୋଲାବିରା ବ୍ଲକର ପେଖରାସଲେ ଗାଁ ବୋଲି ଜଣାପଡିଛି।

ବୃଦ୍ଧ ଜଣଙ୍କ ରାସ୍ତାରେ ଯାଉଥିବା ବେଳେ କୋଲାବିରା-କୁଚିଣ୍ଡା ଜାତୀୟ ରାଜପଥରେ ଆଇରନ୍ ରଡ୍ ବୋଝେଇ ଟ୍ରକଟି ତାଙ୍କୁ ଧକ୍କା ଦେଇଥିଲା। ନିଜ ଘରକୁ ଫେରୁଥିବା ବେଳେ ହେମସାଗରଙ୍କୁ ଟ୍ରକଟି ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଟ୍ରକଟିକୁ ଘେରିଯାଇଥିଲେ। ପରେ ରାସ୍ତା ରୋକ୍ କରିଥିଲେ । ତେବେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଏବଂ ହେଲପର ଚମ୍ପଟ ମାରିଥିଲେ। ଏହାପରେ ଲୋକମାନେ ରାଗିଯାଇ ଟ୍ରକରେ ନିଆଁ ଲଗାଇ ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଟ୍ରକରେ ଲାଗିଥିବା ନିଆଁକୁ ଲିଭାଇଥିଲା।

Related Articles

Leave a Reply

Back to top button
error: Content is protected !!