ମଙ୍ଗଳବାର ନୂଆଁଖାଇ ପାଇଁ ଲଗ୍ନ ବାହାରିବ

0
192

ସମ୍ୱଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ପରମ୍ପରା ଅନୁଯାୟୀ ଜନ୍ମାଷ୍ଟମୀ ପରଦିନ ନୂଆଁଖାଇ ଲଗ୍ନ ବାହାରିଥାଏ। ଆଜି ଜନ୍ମାଷ୍ଟମୀ ହୋଇଥିବାରୁ ଆସନ୍ତାକାଲି ନୁଆଁଖାଇ ଲଗ୍ନ ବାହାରିବ ବୋଲି ଜଣାପଡିଛି। ଏହି ଲଗ୍ନ ନିର୍ଦ୍ଧାରଣ ହେବ ପଶ୍ଚିମ ଓଡ଼ିଶାର ସର୍ବ ପୁରାତନ ଶ୍ରୀଶ୍ରୀ ବ୍ରହ୍ମପୁରା ମନ୍ଦିରରୁ। ଲଗ୍ନ ଧରିବା ସମୟରେ ମନ୍ଦିର ତରଫରୁ ଏକ ବୈଠକ ବସିବ। ଏଥିରେ ବୁଦ୍ଧିଜୀବୀ ଏବଂ ପଣ୍ଡିତ ବସିବେ। ମଙ୍ଗଳବାର ଅପରାହ୍ନ 5ଟାରେ ଏହି ବୈଠକ ବସିବ ବୋଲି ଜଣାପଡ଼ିିିଛି।

ଲଗ୍ନ ନିର୍ଦ୍ଧାରଣ ହେବା ପରେ ସେହି ଲଗ୍ନପତ୍ରକୁ ମନ୍ଦିର ପୂଜକ ଓ ଟ୍ରଷ୍ଟ ସଭ୍ୟମାନେ ମାଁ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟକୁ ପ୍ରଦାନ କରିବେ। ଆଉ ଏହି ଲଗ୍ନ ସମୟରେ ନୂଆଁଖାଇ ଦିନ ମାଁଙ୍କ ଠାରେ ସର୍ବପ୍ରଥମେ ନବାନ୍ନ ଭୋଗ ଲାଗି ହେବ।