ଦାନ ମାଝୀଙ୍କ ଝିଅ ପାସ କଲେ ମାଟ୍ରିକ

0
41

କଳାହାଣ୍ଡି: ମାଟ୍ରିକ୍‍ ପାସ୍ କଲେ ଦାନ ମାଝୀଙ୍କ ଝିଅ ଚାନ୍ଦିନୀ ମାଝୀ। ଶୁକ୍ରବାର ପ୍ରକାଶିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ଦାନ ମାଝୀଙ୍କ ବଡ଼ ଝିଅ ଚାନ୍ଦିନୀ ମାଝୀ ପାସ କରିଛନ୍ତି।

2016 ମସିହାରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ ଅର୍ନ୍ତଗତ ନାକରୁଣ୍ଡି ମେଲଘରା ଗାଆଁର ଦାନ ମାଝୀ ନିଜ ପତ୍ନୀଙ୍କ ଶବକୁ ଦୀର୍ଘ 10 କିଲୋମିଟର କାନ୍ଧରେ ବୋହି ଚାଲି ଚାଲି ଆସିବା ଘଟଣାରେ ସେ ଚର୍ଚ୍ଚାକୁ ଆସିଥିଲେ। ଏହାପରେ ଦାନ ମାଝୀ ବିଭିନ୍ନ ଲୋକଙ୍କ ସାହାଯ୍ୟ ସହଯୋଗ ପାଇଥିଲେ। ଆଜି ତାଙ୍କ ବଡ଼ ଝିଅ ମାଟ୍ରିକ୍‍ ପାଶ୍‍ କରିଛନ୍ତି। ମୋଟ 280 ମାର୍କ ରଖି ସେ ପାସ ହୋଇଛନ୍ତି। ଏହାକୁ ନେଇ ଦାନ ମାଝୀ ଖୁସି ବ୍ୟକ୍ତ କରିଛନ୍ତି।