ପାଠ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’ କବିତା ସାମିଲ୍

0
59

ଭୁବନେଶ୍ୱର: ଚଳିତ ବର୍ଷ ମଧ୍ୟ ନବମ ଏବଂ ଦଶମ ଶ୍ରେଣୀ ସିଲାବସ କମିବ। କୋଭିଡ ମହାମାରୀ ପାଇଁ ସିଲାବସ କମିବ ବୋଲି ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବିଏସ୍ଇ) ନିଷ୍ପତ୍ତି ନେବା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହା କହିଛନ୍ତି। ଏଥି ସହ, ‘ବନ୍ଦେ ଉତ୍କଳ ଜନନୀ’ କବିତା ନବମ ଏବଂ ଦଶମ ଶ୍ରେଣୀରେ ପ୍ରଥମ ମାତୃ ଭାଷା (FLO) ଭାବରେ ଅନ୍ତର୍ଭୁକ୍ତ କରାଯାଇଛି।

ମନ୍ତ୍ରୀ କହିଛନ୍ତି ଏବେ ଅନଲାଇନରେ ପାଠ ପଢ଼ା ଚାଲିଛି। ସ୍କୁଲ କେବେ ଖୋଲିବ କହି ହେବନି। ତେଣୁ ଏପରି ସ୍ଥିତିରେ ସିଲାବସ କମାଇବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ ଲାଇନ୍ କ୍ଲାସ ହେଉଥିଲେ ବି ସମସ୍ତଙ୍କ ପାଖରେ ଏହି ପାଠ ପଢ଼ା ପହଞ୍ଚି ପାରୁନି ବୋଲି ସମୀର ଦାଶ କହିଛନ୍ତି।