?????

ମୋବାଇଲ୍ ଫୋନ୍ ଚୋରି ଅଭିଯୋଗରେ ଯୁବକ ଗିରଫ

ଝାରସୁଗୁଡା: ମୋବାଇଲ ଚୋରି ଅଭିଯୋଗରେ ଜଣେ 20 ବର୍ଷୀୟ ଯୁବକ ଗିରଫ । ଯୁବକ ଜଣଙ୍କ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ରେଙ୍ଗାଲି ଥାନା ଅନ୍ତର୍ଗତ ଚିଖିଲାପାଲିର ବାସିନ୍ଦା ସଞ୍ଜୟ ବାରିକ। ପଞ୍ଚାଗୋନ ଠାରେ ଥିବା ଏକ ମୋବାଇଲ୍ ଦୋକାନରୁ ମୋବାଇଲ୍ ଫୋନ୍ ଚୋରି ଅଭିଯୋଗରେ ରେଙ୍ଗାଲି ପୋଲିସ ସୋମବାର ଏହି ଯୁବକଙ୍କୁ ଗିରଫ କରିଛି।

ମିଳିଥିବା ରିପୋର୍ଟ ଅନୁଯାୟୀ ଡିସେମ୍ବର 22ରେ ପଞ୍ଚଗାଓଁ ବସ୍ ଷ୍ଟାଣ୍ଡରେ ଥିବା ଏକ ମୋବାଇଲ୍ ଦୋକାନରୁ ମୋବାଇଲ ଚୋରି ହୋଇଥିଲା। ମାଲିକ ଥାଇ ନାଥ ମେହେର ଏ ନେଇ ଥାନାରେ ଚୋରି ଅଭିଯୋଗ ଆଣିଥିଲେ । ଦୋକାନ ପଛରେ ଏକ ଗାତ ଖୋଳି ମୋବାଇଲ ସହିଦ ନଗଦ ଟଂକା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।

ଏହାପରେ ପୁଲିସ ତ୍ୱରିତ ପଦକ୍ଷେପ ନେଇ ତଦନ୍ତ କରିଥିଲା। ପରେ ଚିଖିଲାପାଲିର ସଞ୍ଜୟ ବାରିକଙ୍କୁ ପୁଲିସ ଗିରଫ କରିଥିଲା। ପୁଲିସ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ଡିସେମ୍ବର ପ୍ରଥମ ସପ୍ତାହରୁ ଏହି 20 ବର୍ଷୀୟ ଯୁବକ ମୋବାଇଲ୍ ଫୋନ୍ ଚୋରି କରିବାକୁ ଯୋଜନା କରୁଥିଲା। ଯୋଜନା ଅନୁଯାୟୀ ସେ 21 ଡିସେମ୍ବରରେ କାନ୍ଥରେ ଏକ ଗାତ ଖୋଳିବା ଆରମ୍ଭ କରି ଦୋକାନରେ ପ୍ରବେଶ କରି 21 ଶହ ନଗଦ ଟଙ୍କା ଏବଂ 36ଟି ମୋବାଇଲ ଫୋନ୍ ଚୋରି ଚୋରି କରିଥିଲା । ଏହାପରଦିନ ସେ ଚୋରି ହୋଇଥିବା ମୋବାଇଲକୁ ଏକ ଜଙ୍ଗଲକୁ ନେଇ ଯାଇଥିଲା। ସେଠାରେ ସେ ସମସ୍ତ ମୋବାଇଲ କଭରକୁ ଅଲଗା କରି ପୋଡି ଦେଇଥଲା। ପରେ ସେ ମୋବାଇଲ ଫୋନ ଏବଂ ଅପରାଧରେ ବ୍ୟବହୃତ ଦୁଇଟି ହାତୁଡ଼ିକୁ ଧାନ ନଡ଼ା ତଳେ ଲୁଚାଇ ରଖିଥିଲା। ଏବେ ପୁଲିସ ସଞ୍ଜୟକୁ ଗିରଫ କରିବା ପରେ ଲୁଚେଇ ରଖିଥିବା ମୋବାଇଲ ବାବଦରେ ସୂଚନା ଦେଇଥିଲା।

Related Articles

Leave a Reply

Back to top button
error: Content is protected !!