?????

ଲଖୀମପୁର ହିଂସାକାଣ୍ଡ, ନିନ୍ଦା କଲା ଜିଲ୍ଲା କଂଗ୍ରେସ

ଝାରସୁଗୁଡା: ଉତ୍ତର ପ୍ରଦେଶ ଲଖମୀପୁର ହିଂସାକାଣ୍ଡକୁ ନେଇ ପଲ୍ଲୀରୁ ଦିଲ୍ଲୀ ରାଜନୀତିକ ସ୍ଥିତି ଗରମ ରହିଛି । ଏହି ହିଂସାକାଣ୍ଡକୁ ପ୍ରତିବାଦ କରିଛି ଝାରସୁଗୁଡା ଜିଲ୍ଲା କଂଗ୍ରେସ। ମଙ୍ଗଳବାର ଜିଲ୍ଲା କଂଗ୍ରେସ ପ୍ରତିବାଦ କରି ୟୁପି ସରକାର ବିରୋଧରେ ବର୍ଷିଛି ।

ରବିବାର ବିଳମ୍ବିତ ରାତିରେ ହୋଇଥିବା ଏହି ହିଂସାକାଣ୍ଡରେ 8 ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଚାରି ଜଣ ଆନ୍ଦୋଳନରତ ଚାଷୀ ରହିଥିବା ବେଳେ ବାକି 4 ଜଣ ବିଜେପି ସମର୍ଥକ ରହିଛନ୍ତି। ମୃତ ଚାରି ଚାଷୀଙ୍କ ପରିବାରକୁ ରାଜନେତା ମାନେ ଭେଟିବାକୁ ଚେଷ୍ଟା କରୁଛନ୍ତି । କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଏଭଳି ଘଟଣାକୁ ନିନ୍ଦା କରିଛନ୍ତି। ଏହା ଶାସକ ଦଳର ଗୁଣ୍ଡାରାଜ ବୋଲି କହିଛନ୍ତି। ତେବେ ପ୍ରିୟଙ୍କା ଲଖମୀପୁର ପହଂଚିବା ପୂର୍ବରୁ ୟୁପି ପ୍ରଶାସନ ତାଙ୍କୁ ଅଟକ ରଖିଛି।

Related Articles

Leave a Reply

Back to top button
error: Content is protected !!