?????

ଭୋଜି କରିବାକୁ ଯାଇ ଘରକୁ ଫେରିଲେନି ଯୁବକ, ପରଦିନ ମୃତ ଦେହ ଉଦ୍ଧାର

ଝାରସୁଗୁଡ଼ା: କୋଲାବିରା ଥାନା ଅନ୍ତର୍ଗତ ସମାସିଂହା ଗାଁରୁ ସୋମବାର ଜଣେ 32 ବର୍ଷୀୟ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଲେ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ସମାସିଂହା ଗ୍ରାମର ରିତେଶ ପଟେଲ (32)।

ରବିବାର ରାତିରେ ରିତେଶ ଏବଂ ତାଙ୍କ ସାଙ୍ଗମାନେ ଏକ ଭୋଜି ପାଇଁ ଯାଇଥିଲେ। ଏହାପରେ ରିତେଶ ଘରକୁ ଫେରି ନଥିଲେ। ପରେ ସୋମବାର ତାଙ୍କ ମୃତଦେହ ଏକ ଦୋକାନ ସମ୍ମୁଖରୁ ଉଦ୍ଧାର କରାଯାଇଥିଲା। ତେବେ ରିତେଶ ପଟେଲଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ କୋଲାବିରା ଥାନାରେ ଅଭିଯୋଗ କରିଛନ୍ତି।

ଝାରସୁଗୁଡ଼ା ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ ମହାପାତ୍ର କହିଛନ୍ତି, ସମସିଂହା ଗାଁରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ତେବେ ରିତେଶ ପଟେଲଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ କୋଲାବିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

 

Related Articles

Leave a Reply

Back to top button
error: Content is protected !!