ଫେସବୁକ ପ୍ରତି ଆଗ୍ରହ କମୁଛି ଏହି ବର୍ଷରେ ଜନ୍ମ ହୋଇଥିବା ପିଲାଙ୍କ ଠାରେ
ଜେଏସଜିଲାଇଭ ବ୍ୟୁରୋ: ଘରେ ବସି ଏବେ ନ୍ୟୁଜଠାରୁ ଆରମ୍ଭ କରି ଥଟ୍ଟ ମଜା, ନିଜର ଅନୁଭୂତି ବାଣ୍ଟିବାର ମାଧ୍ୟମ ପାଲଟିଛି ଫେସବୁକ। ସକାଳୁ ବିଛଣାରୁ ଉଠିବା ହେଉ ଅବା ରାତିରେ ଶୋଇବାକୁ ଯିବା ବେଳେ ଫେସବୁକରେ ପ୍ରାୟତଃ ଅଧିକାଂଶ ସକ୍ରିୟ ରହୁଛନ୍ତି। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଫେସବୁକ ପ୍ରତି ଲୋକଙ୍କ ଆଗ୍ରହ କମୁଛି।
୧୯୯୭ ରୁ ୨୦୧୨ ମଧ୍ୟରେ ଜନ୍ମିତ ପିଲା ସୋସିଆଲ୍ ମିଡିଆରେ ବିଶେଷ ଭାବରେ ଫେସବୁକରେ ସକ୍ରିୟ ରହୁ ନାହାନ୍ତି। ଭର୍ଚୁଆଲ୍ ଜଗତର ବନ୍ଧୁତା ଉପରେ ତାଙ୍କର ବିଶ୍ୱାସ ହ୍ରାସ ପାଇଛି। ଯେତେବେଳେ କି ୧୯୮୧ ରୁ ୧୯୯୬ ମଧ୍ୟରେ ଜନ୍ମ ହୋଇଥିବା ୨୬ ରୁ ୪୧ ବର୍ଷ ବୟସ୍କ ନିୟମିତ ଭାବେ ଫେସବୁକ୍ ବ୍ୟବହାର କରୁଛନ୍ତି। ପ୍ୟୁ ରିସର୍ଚ୍ଚ ସେଣ୍ଟର ଦ୍ୱାରା ହୋଇଥିବା ସର୍ଭେରେ ଏହି ସୂଚନା ମିଳିଛି।
ଆମେରିକାରେ ୧୩ ରୁ ୧୭ ବର୍ଷ ବୟସର କେବଳ ୩୨% କିଶୋର ନିୟମିତ ଭାବରେ ଫେସବୁକ୍ ବ୍ୟବହାର କରୁଛନ୍ତି। ୨୦୧୪-୧୫ ରେ ୭୧% କିଶୋର ନିୟମିତ ଫେସବୁକ୍ ୟୁଜର ଥିଲେ। ସେମାନେ ଇନଷ୍ଟାଗ୍ରାମ ଏବଂ ସ୍ନାପଚାଟ ପରି ସୋସିଆଲ ମିଡିଆ ସାଇଟ ମଧ୍ୟ ବ୍ୟବହାର କରୁଥିଲେ। ଯୁକ୍ତରାଷ୍ଟ୍ର ଆମେରିକାରେ କିଶୋର ସୋସିଆଲ ମିଡିଆ ୟୁଜରଙ୍କ ସଂଖ୍ୟା ହଠାତ୍ ହୋଇନଥିଲା। କିଶୋରମାନଙ୍କ ମଧ୍ୟରେ ନିୟମିତ ଫେସବୁକ୍ ବ୍ୟବହାର ଗତ ୫ ବର୍ଷ ମଧ୍ୟରେ ପ୍ରତିବର୍ଷ ହ୍ରାସ ପାଇଛି।
ସେହିପରି ଭାରତର ରିପୋର୍ଟ ଅନୁଯାୟୀ, ଭାରତର ୭୩% ପିଲା ମୋବାଇଲ୍ ବ୍ୟବହାର କରନ୍ତି। ଏଥିମଧ୍ୟରୁ ୩୦% ମାନସିକ ରୋଗରେ ପୀଡିତ। ୧୦ଟି ପିଲାଙ୍କ ମଧ୍ୟରୁ ୩ ଜଣ ଉଦାସୀନତା, ଭୟ, ଚିନ୍ତା ଏବଂ ବିରକ୍ତିକର ଶିକାର ହେଉଛନ୍ତି। ବ୍ରିଟେନରେ ନେଚର କମ୍ୟୁନିକେସନ ଦ୍ୱାରା ହୋଇଥିବା ଅଧ୍ୟୟନରୁ ଏହା ଜଣାପଡିଛି । ସୋସିଆଲ ମିଡିଆ ୟୁଜର କିଶୋରଙ୍କ ମସ୍ତିଷ୍କ, ହୋରମୋନ୍ ଏବଂ ଆଚରଣ ଉପରେ ପ୍ରଭାବ ପକାଇଥାଏ।
ଗତ କିଛି ବର୍ଷ ମଧ୍ୟରେ, ସାମାଜିକ ସାଇଟରୁ ଡାଟା ବା ତଥ୍ୟ ଲିକ୍ ଏବଂ ଗୋପନୀୟତା ବିପଦ ଅଧିକ ଦେଖାଯାଇଛି। ଏହି କାରଣରୁ ଆମେରିକାରେ ଗୋଟିଏ ପିଢି ଠାରେ ସୋସିଆଲ୍ ମିଡିଆର ଚାହିଦା ନାହିଁ। ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଇନଷ୍ଟାଗ୍ରାମରେ ୬୨% କିଶୋର ଅଛନ୍ତି, କିନ୍ତୁ ସେମାନେ ମଧ୍ୟ ଏହାକୁ ନିୟମିତ ବ୍ୟବହାର କରନ୍ତି ନାହିଁ।
ଫେସବୁକ୍ ଆକଳନ କରିଛି ଯେ ଆସନ୍ତା ବର୍ଷରେ ଫେସବୁକରେ ଆମେରିକାରେ ଗୋଟିଏ ଫିଢି ୟୁଜର ସକ୍ରିୟ ରହିବେ ନାହିଁ । କିନ୍ତୁ ଏହାର ପୂର୍ବ ପିଢି ଫେସବୁକ୍ ବ୍ୟବହାର ଜାରି ରଖିବେ।
ପ୍ରଫେସର ଡକ୍ଟର ଡଷ୍ଟିନ ୟର୍କ କହିଛନ୍ତି ସକ୍ରିୟ ରହୁନଥିବା ପିଢିକୁ ଆକୃଷ୍ଟ କରିବାକୁ ସୋଶିଆଲ ମିଡିଆ କମ୍ପାନୀ ବିଭିନ୍ନ ତରିକା ଆପଣାଉଛନ୍ତି। କିନ୍ତୁ ପ୍ୟୁ ରିସର୍ଚ୍ଚ ସେଣ୍ଟର ଦ୍ୱାରା ଇଂଲଣ୍ଡରେ କରାଯାଇଥିବା ଦ୍ୱିତୀୟ ସର୍ଭେରେ ଏହା ଜଣାପଡିଛି ଯେ କିଶୋରମାନଙ୍କ ମଧ୍ୟରେ ଭିଡିଓର କ୍ରେଜ ବଢ଼ିଛି।