?????

ପଖାଳରେ ରହିଛି ରୋଗ ପ୍ରତିରୋଧ ଶକ୍ତି: ଖବର ଠିକ୍ ତ?

ଭୁୁବନେଶ୍ୱର: କରୋନା ସେହିମାନଙ୍କୁ ସଂକ୍ରମିତ ହେବାର ସମ୍ଭାବନା ଅଧିକ ଯେଉଁମାନଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବ । କରୋନାର ଦୁଇଟି ଲହର ସମୟରେ ଏହାର ଭୟାବହତାକୁ ଦେଖି ଦେଶବାସୀ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କାଢା ପାଖରୁ ଆରମ୍ଭ କରି ଅନେକ କିଛି ଲୋକମାନେ ଖାଇଛନ୍ତି। ହେଲେ ଦ୍ୱିତୀୟ ଲହର ବେଳେ ଜାତୀୟ ଗଣମାଧ୍ୟମରେ ଏକ ଖବର ସାରା ଦେଶରେ ବହୁଳ ପ୍ରସାରିତ ହୋଇଥିଲା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକୁ ନେଇ । ତାହା ହେଉଛି ପଖାଳ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ। ଭୁବନେଶ୍ୱର ଏମ୍ସର ଜଣେ ଡାକ୍ତର ଏହି ଗବେଷଣା କରି କହିଥିଲେ। ଏହାପରେ ମାଇକ୍ରୋସଫଟର ସିଇଓ ବିଲ୍ ଗେଟସ ଏହାର ଗବେଷଣା ପାଇଁ ଏକ କୋଟି ଟଂକା ଦେଇଥିବା ସୂଚନା ରହିଛି।

ଏବେ କିନ୍ତୁ ଏହି ଖବରର ସତ୍ୟତା ସୂଚନା ଅଧିକାର ଆଇନ ଜରିଆରେ ମିଳିଛି। ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା। ଏମ୍ସର ବାୟୋ କେମେଷ୍ଟ୍ରି ବିଭାଗର ଅତିରିକ୍ତ ପ୍ରଫେସର ଡକ୍ଟର ରାମଦାସ ବାଲମୁରୁଗନ୍ କହିଥିଲେ ଯେ, ପଖାଳ ତୋରାଣି ପୁଷ୍ଟିକର, ଆଉ ପଖାଳ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଏବେ କିନ୍ତୁ ଆରଟିଆଇରେ ଏହି ପ୍ରସଙ୍ଗରେ ଉତ୍ତର ଖୋଜିଥିଲେ ରବିନାରାୟଣ ମହାନ୍ତି । ସେ କହିଛନ୍ତି ଯେଉଁ ଉତ୍ତର ତାଙ୍କ ପାଖକୁ ଆସିଛି ସେଥିରେ କୁହାଯାଇଛି ତୋରାଣିର ପ୍ରତିଷେଧକ ଶକ୍ତି ଥିବା ନେଇ କୌଣସି ସ୍ପଷ୍ଟ ଚିତ୍ର ଆସିନାହିଁ । ଏମ୍ସ ଭୁବନେଶ୍ୱର ଏହି ଉତ୍ତର ଆରଟିଆଇ ଜରିଆରେ ତାଙ୍କୁ ଦେଇଛି। ଯେଉଁ ଖବର ଦିଆଯାଇଥିଲା ତାହା ପ୍ରାଥମିକ ରିପୋର୍ଟ ଥିଲା ପଖାଳକୁ ନେଇ। ଚୂଡାନ୍ତ ରିପୋର୍ଟ ଆସିନଥିଲା। ଏହାର ଅର୍ଥ ସେହି ଖବର ଅଧପନ୍ତରିଆ ରିପୋର୍ଟ ଥିଲା।

ସେହିପରି ଏମ୍ସର ପିଆରଓ ଡା. ପ୍ରଭାସ ତ୍ରିପାଠୀ କହିଛନ୍ତି ଗବେଷଣା ଶେଷ ହୋଇନି। ବିଲ ଗେଟସ ଫାଉଣ୍ଡେସନ ତୋରାଣିର ଗବେଷଣା ପାଇଁ ୧.୩୫ ଡଲାର (ପ୍ରାୟ ୧ କୋଟି ଟଙ୍କା) ଦେଇଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଯାହା ତଥ୍ୟ ଆସିଥିଲା ବାଇଓକେମିଷ୍ଟ୍ରିର ଅତିରିକ୍ତ ପ୍ରଫେସର ରାମଦାସ ବାଲମୁରୁଗନ କହିଥିଲେ।

ଅର୍ଥାତ୍ ସଂପୃକ୍ତ ଗବେଷକ କରୋନା ଭଳି ମହାମାରୀ ବେଳେ ଏଭଳି ଅଧପନ୍ତରିଆ ରିପୋର୍ଟ ଦେଲେ କାହିଁକି? ଯେଉଁ ରିପୋର୍ଟ ବୈଜ୍ଞାନିକ ଭାବରେ ପ୍ରମାଣିତ ହୋଇନି ସେହି ରିପୋର୍ଟକୁ ନେଇ ଯେତେବେଳେ ଚାରିଆଡେ ଚର୍ଚ୍ଚା ହେଲା ସେତେବେଳେ ସେ ନିରବ ରହିଲେ କାହିଁକି? କରୋନା ବେଳେ ଥଣ୍ଡା ହେଲେ ଯେଉଁଠି ଲୋକେ ଭୟଭୀତ ହୋଇଯାଉଥିଲେ ସେତେବେଳେ ଏଭଳି ପ୍ରମାଣିତ ନଥିବା ଖବର ଚଳାଇବାକୁ ସାହାସ କଲେ କେମିତି ପ୍ରଫେସର ରାମଦାସ?

Related Articles

Leave a Reply

Back to top button
error: Content is protected !!