?????

ଅନ୍ତର୍ଜାତୀୟ ଓପନ୍ ଟ୍ୟାଲେଣ୍ଟ ହଣ୍ଟ ପ୍ରତିଯୋଗିତାରେ ଚମକିଲେ ତନୁଷ ଓ ତେଜାସ

ଝାରସୁଗୁଡା: ଅନ୍ତର୍ଜାତୀୟ ଓପନ୍ ଟ୍ୟାଲେଣ୍ଟ ହଣ୍ଟ ପ୍ରତିଯୋଗିତାରେ ଚମକିଲେ ଦୁଇ ଛାତ୍ର । ସେଣ୍ଟ ମେରି ହାଇସ୍କୁଲର ଦୁଇ ଛାତ୍ର ତନୁଷ ଦାସ ଏବଂ ତେଜାସ ଦାସ ଆବାକସ୍ ଏବଂ ବେଦିକ ଗଣିତ ପରୀକ୍ଷାରେ ସଫଳ ହୋଇଛନ୍ତି । 31 ଜୁଲାଇ 2022 ରେ ଏହି ପରୀକ୍ଷା ହୋଇଥିଲା। ଯାହାର ପରୀକ୍ଷା ଫଳ 7 ଅଗଷ୍ଟ 2022 ରେ ଘୋଷିତ ହୋଇଥିଲା। ଅନ୍ତର୍ଜାତୀୟ ମେଣ୍ଟାଲ ମେଥସ ଅର୍ଗାନାଇଜେସନ ଆରିଷ୍ଟୋ କିଡସ ଦ୍ୱାରା ଏହି ପରୀକ୍ଷା ଆୟୋଜିତ ହୋଇଥିଲା।

ଷଷ୍ଠ ଶ୍ରେଣୀରେ ପଢୁଥିବା ତନୁଷ ଦାସ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ଆବାକସର 5ମ ସ୍ତରରେ ଚାମ୍ପିଅନ୍ ହୋଇଛନ୍ତି । ସେହିପରି ଷଷ୍ଠ ଶ୍ରେଣୀର ଅନ୍ୟ ଜଣେ ଛାତ୍ର ତେଜାସ ଦାସ ଆବାକସ ସ୍ତର ପ୍ରତିଯୋଗିତାରେ ଷଷ୍ଠ ସ୍ଥାନ ଅକ୍ତିଆର କରିଛନ୍ତି । ଏହି ଛାତ୍ରମାନଙ୍କୁ ଶ୍ରୀମତୀ ଶାଲିନି ଶ୍ରୀବାସ୍ତବ ଏବଂ ଆରିଷ୍ଟୋ କିଡ୍ସ ସଂଯୋଜକ ଶ୍ରୀମତୀ ସୁନୀତା ଅଗ୍ରୱାଲ ପାଠ ପଢାଇଥିଲେ । ଏହି ଅନ୍ତର୍ଜାତୀୟ ପରୀକ୍ଷାରେ ଇରାନ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ଜର୍ମାନୀ, ଅଷ୍ଟ୍ରେଲିଆ, ନାଇଜେରିଆ ଏବଂ ଦୁବାଇରୁ ପ୍ରାୟ 1876 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Related Articles

Leave a Reply

Back to top button
error: Content is protected !!