ଝାରସୁଗୁଡା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ସମ୍ମାନୀତ

0
39

ଝାରସୁଗୁଡା: ଝାରସୁଗୁଡା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବୈଜ୍ଞାନିକ ଡାକ୍ତର ଜ୍ୟୋତିର୍ମୟ ଉଦଗାତା ପୁରସ୍କୃତ ହୋଇଛନ୍ତି। ଅଗଷ୍ଚ 24ରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଦ୍ୱାରା ସେ ପୁରସ୍କୁତ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ ଓୟୁଏଟିର 60 ତମ ଫାଉଣ୍ଡେସନ ଦିବସ ଅବସରରେ ଡାକ୍ତର ଜ୍ୟୋତିର୍ମୟଙ୍କୁ କୃଷି ମନ୍ତ୍ରୀ ଅରୁଣ ସାହୁ ସମ୍ମାନୀତ କରିଥିଲେ।

ଏହି ଅବସରରେ କୃଷି କ୍ଷେତ୍ରରେ ଉତ୍କର୍ଷତା ପାଇଁ ତିନିଜଣ ଉଦ୍ୟୋଗୀ ପୁରସ୍କୃତ ହୋଇଥିଲେ। ଏହି ଅବସରରେ ଶ୍ରେଷ୍ଠ ଶିକ୍ଷକ, ଗବେଷକ ବୈଜ୍ଞାନିକ, ମହିଳା ବୈଜ୍ଞାନିକ ମାନଙ୍କୁ ସମ୍ମାନିତ କରାଯାଇଥିଲା।