ଲାମ୍ୱଡା ଏବଂ ଡେଲଟା ପ୍ଲସ ଜରିଆରେ ତୃତୀୟ ଲହର ପାଦ ରଖିପାରେ !

0
28
Representative Image

ଭୁବନେଶ୍ୱର: ଦ୍ୱିତୀୟ ଲହର ପାଇଁ କୋଭିଡର ଡେଲଟା ଭାରିଆଣ୍ଟ ବୋଲି କୁହାଯାଉଛି। ଯଦିଓ ଏହି ଭାଇରସ ଏବେ କ୍ରମଶଃ ଦୁର୍ବଳ ହେଉଛି ହେଲେ ସମ୍ଭାବ୍ୟ ତୃତୀୟ ଲହର ଅଗଷ୍ଟ ଦ୍ୱିତୀୟ ସପ୍ତାହ ବେଳକୁ ନହେଲେ ସେପ୍ଟେମ୍ୱର ବେଳକୁ ଆସିବ ବୋଲି କୁହାଯାଉଛି। ତେବେ ଦେଶ ତଥା ରାଜ୍ୟରେ ତୃତୀୟ ଲହର ଲାମ୍ୱଡା ନହେଲେ ଡେଲଟା ପ୍ଲସ ଜରିଆରେ ପାଦ ରଖିବ ବୋଲି କୁହାଯାଉଛି। କାରଣ ଏହି ଦୁଇ ନୂଆ ଭାରିଆଣ୍ଟ ଏବେ ଚିହ୍ମଟ ହେଉଛି। ସେହିପରି କାପ୍ପା ଭାରିଆଣ୍ଚ ମଧ୍ୟ ଏବେ କିଛି ସ୍ଥାନରେ ଚିହ୍ନଟ ହୋଇଛି।

 ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ପ୍ରତିକ୍ରିୟା ଦେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି ତ୍ରିପୁରାରେ ୯୦ ପ୍ରତିଶତ ଡେଲଟା ପ୍ଲସ୍ ଭାରିଏଣ୍ଟ ଚିହ୍ନଟ ହେଇଛନ୍ତି। ବର୍ତ୍ତମାନ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଯେହେତୁ ଗୋଟିଏ ରାଜ୍ୟରେ ବଢୁଛି ତେଣୁ ଅନ୍ୟ ରାଜ୍ୟକୁ ଏହା ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି।

ପେରୁରେ ଚିହ୍ନଟ ହୋଇଥିବା ଲାମ୍ୱଡା ଏବେ ସାରା ବିଶ୍ୱ ପାଇଁ ଚିନ୍ତାଜନକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହି ସାରିଛି। ଏହି ଭାରିଆଣ୍ଟ ଏବେ ସାରା ବିଶ୍ୱରେ ଚିହ୍ନଟ ହେଉଥିବାରୁ ଏହାକୁ ନେଇ ଗୁରୁତ୍ୱ ଦେବାକୁ ନିରୋଜ ମିଶ୍ର କହିଛନ୍ତି। ତେଣୁ କୋଭିଡ ପ୍ରୋଟୋକଲରେ ଢ଼ିଲା ହେବା ଲୋକେ ମାସ୍କ ଏବଂ ସାମାଜିକ ଦୂରତା ନମାନିବା କୋଭାଡର ତୃତୀୟ ଲହରକୁ ମଜବୁତ କରିପାରେ ବୋଲି ନିରୋଜ ମିଶ୍ର କହିଛନ୍ତି।