?????

ହୀରାକୁଦରେ ବନ୍ଦ ହେଉଛି ଜଳଭଣ୍ଡାର ଗେଟ୍, ୨୮ଟି ଗେଟ୍ ଦେଇ ପାଣି ପ୍ରବାହିତ

ସମ୍ବଲପୁର: ହୀରାକୁଦରେ ଜଳ ପ୍ରବେଶ ମଧ୍ୟ କମିଛି। ଏହି କାରଣରୁ ଆଜି ପର୍ଯ୍ୟାୟକ୍ରମେ ୧୨ଟି ଗେଟ୍ ବନ୍ଦ ହୋଇଛି। ଏବେ ୨୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ସଂଧ୍ୟା ୭ ପୂର୍ବରୁ ୪ଟି ଗେଟ୍ ବନ୍ଦ ହୋଇଥିବା ସୂଚନା ରହିଛି। ମୋଟ୍ ୨୮ଟି ଗେଟ୍ ମଧ୍ୟରୁ ବାମରେ ୨୦ଟି ଏବଂ ଡାହାଣରେ ୮ଟି ଗେଟ୍ ରହିଛି।

ଏବେ ହୀରାକୁଦ ଜଳଭଣ୍ଡାରରେ ୩ ଲକ୍ଷ ୪୪ ହଜାର ୮୧୦ କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୭୭ ହଜାର ୩୬୬ କ୍ୟୁସେକ ପାଣି ବାହାରକୁ ଯାଉଛି। ପାଣି ଏବେ କମ୍ ପ୍ରବେଶ କରୁଥିବାରୁ ପର୍ଯ୍ୟାୟକ୍ରମେ ଆହୁରି ଗେଟ୍ ବନ୍ଦ କରାଯିବ ବୋଲି ସୂଚନା ରହିଛି। ଏହାଦ୍ୱାରା ତଳିଆ ଅଞ୍ଚଳରେ ବନ୍ୟା ପାଣି କମ୍ ପ୍ରବେଶ କରିବ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉତ୍ତର-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ବାଙ୍ଗଲାଦେଶ ଏବଂ ମିଆଁମାର ଉପକୂଳରେ ସକ୍ରିୟ ରହିଛି ଲଘୁଚାପ । ଏବେ ଏହା ଘନୀଭୂତ ହୋଇ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆସନ୍ତାକାଲି ସକାଳ ସୁଦ୍ଧା ଘନୀଭୂତ ହୋଇ ଏକ ଅବପାତ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ମୁହୁର୍ତରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକା, ଝାଡ଼ଖଣ୍ଡ, ଉତ୍ତର-ଓଡିଶା, ଉତ୍ତର-ଛତିଶଗଡ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି।

Related Articles

Leave a Reply

Back to top button
error: Content is protected !!