ରେଳ ଓଭର ବ୍ରିଜ ତିଆରି ନିମନ୍ତେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚିଠି
ଝାରସୁଗୁଡା: ଝାରସୁଗୁଡ଼ା ପାଓ୍ୱାର ହାଉସ ଛକରୁ ଜମିରା ଯିବାକୁ ଲୋକମାନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି। ଏହାର ମୁଖ୍ୟ କାରଣ ହେଲା ଟ୍ରାଫିକରେ ଗହଳି । ଏହାର ସମାଧାନ ପାଇଁ ଏକ ରେଳ ଓଭରବ୍ରିଜର ନିତାନ୍ତ ଆବଶ୍ୟକ ରହିଛି । ନିଜ ନିର୍ବାଚନମଣ୍ଡଳୀରେ ଦେଖାଦେଇଥିବା ଲୋକଙ୍କ ସମସ୍ୟାକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏପରି ଏକ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବ କିଶୋର ଦାସ ।
ଡିସେମ୍ବର 18 ତାରିଖ ଦିନ ମନ୍ତ୍ରୀ ରେଳ ଓଭର ବ୍ରିଜର ଆବଶ୍ୟକତା ସଂପର୍କରେ ଗୁରୁତ୍ୱ ଦେବାକୁ ଯାଇ ଲେଖିଛନ୍ତି ଯେ ପୂର୍ବରୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ଦେଖାଦେଇଥବା ସମସ୍ୟାକୁ ନେଇ ବିଧାନସଭାରେ ଉଠାଇଛନ୍ତି । ଟ୍ରାଫିକ ଗହଳି ରହୁଥିବାରୁ ଲୋକଙ୍କ ଯିବା ଆସିବାରେ ଅନେକ ସମସ୍ୟା ରହୁଛି। ଏହାବାଦ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି। ଯଦି କେନ୍ଦ୍ର ସରକାର ରେଳ ଓଭରବ୍ରିଜ ତିଆରି କରିବେ ତାହେଲେ ଅନେକ କିଛି ସମସ୍ୟାରୁ ଲୋକମାନେ ଉପକୃତ ହୋଇପାରନ୍ତେ।