?????

ଏଣିକି ଓ୍ୱେବସାଇଟରେ ମିଳିବ କରୋନା ଟେଷ୍ଟ ରିପୋର୍ଟ

ଭୁବନେଶ୍ୱର: ରାଜ୍ୟ ସରକାର ଏବେ କୋଭିଡ୍ ଟେଷ୍ଟ ଏବଂ ରିପୋର୍ଟ ଆଣିବା ପ୍ରକ୍ରିୟାକୁ ସରଳୀକରଣ କରିଛନ୍ତି। ଅନେକ କ୍ଷେତ୍ରରେ ଜଣେ ଆକ୍ରାନ୍ତ ଟେଷ୍ଟ କରିବା ପରେ ପୁଣିଥରେ ଟେଷ୍ଟ ରିପୋର୍ଟ ଆଣିବାକୁ ଯାଉଥିଲେ। ଏବେ କିନ୍ତୁ ଆଉ ଯିବାକୁ ପଡିବନି। ଘରେ ରହି ମୋବାଇଲରେ କିମ୍ୱା କମ୍ପ୍ୟୁଟର ଜରିଆରେ ଜାଣିହେବ କରୋନା ରିପୋର୍ଟ।

ସରକାର କହିଛନ୍ତି କୋଭିଡ ଆଣ୍ଟିଜେନ୍ ଓ RT-PCR ରିପୋର୍ଟ ଏବେ ଅନଲାଇନ ମାଧ୍ୟମରେ ଉପଲବ୍ଧ ହେବ। ଏହାଦ୍ୱାରା ଉଭୟ ଆକ୍ରାନ୍ତ ଏବଂ ତାଙ୍କର ସମ୍ପର୍କୀୟ ଘରେ ରହି କରୋନା ଟେଷ୍ଟ ରିପୋର୍ଟ ଜାଣିପାରିବେ। ଏ ନେଇ ସୂଚନା ପ୍ରଯୁକ୍ତି ସଚିବ ମନୋଜ ମିଶ୍ର ସୂଚନା ଦେଇଛନ୍ତି। ରାଜ୍ୟ କୋଭିଡ ଡ୍ୟାସବୋର୍ଡ ଓ କୋଭିଡ଼ 19 ୱେବସାଇଟରେ ଏହି ବ୍ୟବସ୍ଥା ରହିବ।

ଓ୍ୱେବସାଇଟକୁ ଯାଇ ନମୁନା ଦେଲା ବେଳେ ଦେଇଥିବା ନିଜ ମୋବାଇଲ ନମ୍ବର ଏବଂ ଆନୁଷଙ୍ଗିକ କିଛି ଡାଟା ଦେବାକୁ ହେବ। ଆଉ ଏଣ୍ଟର କରିବା ପରେ ମୋବାଇଲକୁ ଏକ ଓଟିପି ଆସିବ। ଆଉ ଓଟିପି ନମ୍ୱର ଓ୍ୱେବସାଇଟରେ ଦେବା ପରେ ରିପୋର୍ଟ ଦେଖାଇବ ବୋଲି ସୂଚନା ରହିଛି।

Related Articles

Leave a Reply

Back to top button
error: Content is protected !!