?????

ଘର ଭାଙ୍ଗିଲେ ଗଜରାଜ, ଭୟରେ ଲୋକେ ରାତି ଅନିଦ୍ରା

କୋଲାବିରା: ଝାରସୁଗୁଡା ଜିଲ୍ଲା କୋଲାବିରାରେ ହାତୀ ଆତଙ୍କ। ରାତି ହେଲେ ଗଜରାଜଙ୍କ ଭୟରେ ଲୋକେ ଶୋଇବା ଭୁଲି ଯାଉଛନ୍ତି। ଗୁରୁବାର ରାତିରେ ହାତୀ ପଲ ଆସି କୋଲାବିରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭଜିକୁଦ୍ ଗାଁରେ ଥିବା 8 ଟି ଘର ଏବଂ କୋଲାବିରା ବ୍ଲକ ଅନ୍ତର୍ଗତ ପରମାନପୁର ଗାଁ ଏବଂ କାଲିବାହାଲ ଗାଁରେ ଗୋଟିଏ ଘର ନଷ୍ଟ କରିଛନ୍ତି ହାତୀ ପଲ।

ଗୁରୁବାର ରାତିରେ ବାଗେଡିହି ଜଙ୍ଗଲ ଭିତରୁ ଆସି ଏପରି ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଗତ ସପ୍ତାହରେ ମଧ୍ୟ ତିନି ହାତୀ ପଲ ଆସି ପରମାନପୁର ଗ୍ରାମରେ ପଶିଥିବା ସୂଚନା ରହିଛି। ରାତିରେ ହାତୀ ପଲ ଆସିଥିବାରୁ ଭୟରେ ଲୋକମାନେ ଘରୁ ବାହାରକୁ ଆସୁନଥିବା ସୂଚନା ରହିଛି।

କୋଲାବିରା ଗାଁର ପ ଦାଣ୍ଡାବୁଡା ନିବାସୀ ସନାତ ସିଂ କହିଛନ୍ତି ପ୍ରତିବର୍ଷ ବଣୁଆ ହାତୀ ଆସି ଘରକୁ ନଷ୍ଟ କରି ଦେଉଛନ୍ତି। ଘରେ ଥିବା ଚାଉଳ ଧାନ ଖାଉଥିବାରୁ ସେମାନଙ୍କ ପାଇଁ ଏକ ନିୟମିତ ସମସ୍ୟା ପାଲଟିଛି ବୋଲି ସେ କହିଛନ୍ତି।

ଝାରସୁଗୁଡା ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ) ଲଳିତ ପାତ୍ର କହିଛନ୍ତି, ବାଗଡେହି ଜଙ୍ଗଲ ପରିସରରୁ କୋଲାବିରା ପରିସରକୁ ହାତୀ ପଲ ଯାଇଥିବା ସୂଚନା ମିଳିଛି। ବନ କର୍ମଚାରୀ ହାତୀ ପଲକୁ ଘଉଡାଇ ଲୋକଙ୍କ ଜୀବନ ଏବଂ ସମ୍ପତ୍ତିକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି।

Related Articles

Leave a Reply

Back to top button
error: Content is protected !!