ଗଜପତି ଗଞ୍ଜେଇ ଯାଉଥିଲା ବିହାର, ବାନ୍ଧିଲା ପୁଲିସ

0
32

ସୁନ୍ଦରଗଡ଼: ଗଜପତିରୁ ଗଞ୍ଜେଇ ଯାଉଥିଲା ବିହାର। ଗାଡି ଯାଞ୍ଚ ବେଳେ ଏହି ଗଞ୍ଜେଇକୁ ଜବତ କରିଛି ଛତିଶଗଡ଼ ପୁଲିସ। ଜବତ ଗଞ୍ଜେଇ ପ୍ରାୟ 7 କ୍ୱିଣ୍ଟାଲର। ଯାହାର ମୂଲ୍ୟ 1 କୋଟି 40 ଲକ୍ଷ ଟଙ୍କା। ଏହି ମାମଲାରେ 2 ଜଣ ଗିରଫ ହୋଇଛନ୍ତି। ଏମାନଙ୍କ ଘର ବିହାର। ନାର୍କୋଟିକ୍ ଆକ୍ଟ ଅନୁଯାୟୀ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପିକ୍ ଅପ୍ ଭ୍ୟାନରେ ନଡ଼ିଆ ଦଉଡ଼ି ମଧ୍ୟରେ ଗଞ୍ଜେଇ ଚାଲାଣ ବିହାରକୁ ଯାଉଥିଲେ।

ଜବତ ହୋଇଥିବା ମହିନ୍ଦ୍ରା ପିକଅପ୍ ନମ୍ବର JH01 BG 5116। ଜେରା କରିବା ପରେ ଦୁଇ ଅଭିଯୁକ୍ତଙ୍କ ପରିଚୟ ମିଳିଛି। ଜଣେ ଚାନ୍ଦି ଜିଲ୍ଲା ଭୋଜପୁର (ବିହାର)ର ରବୀନ୍ଦ୍ର ତିୱାରୀ ଅନ୍ୟଜଣେ କୁସୁମୀ ପୋଷ୍ଟ ଜାମୋଡି ପୁଲିସ ଷ୍ଟେସନ ତାରାରି ଜିଲ୍ଲା ଭୋଜପୁର (ବିହାର)ର ଛୋଟେଲାଲ ଯାଦବ।