?????

ଝାରସୁଗୁଡାରେ ନୂଆ ଆଇସିଏଚ୍ ପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁଡ଼ା: ଝାରସୁଗୁଡ଼ା ଷ୍ଟେସନରେ ସ୍ପିଡ୍ ପୋଷ୍ଟ ସେବା ପାଇଁ ଏକ ନୂଆ ଆଇସିଏଚ୍ (ଇଣ୍ଟ୍ରା ସର୍କଲ ହବ୍) କିମ୍ବା ଏନଏସଏଚ୍ (ନ୍ୟାସନାଲ ସର୍ଟିଂ ହବ୍) ଆବଶ୍ୟକ ରହିଛି । ଏ ନେଇ ରେଳ ତଥା ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଓଡ଼ିଶା ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ ଉପରୋକ୍ତ ଦାବି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରିଥିଲେ । ଏହାପରେ ଧର୍ମେନ୍ଦ୍ର ପ୍ରଧାନ ଟେଲିକମ ମନ୍ତ୍ରୀଙ୍କୁ ଏପରି ଏକ ଚିଠି ଲେଖିଛନ୍ତି। ଝାରସୁଗୁଡ଼ା ଆରଏମଏସ ସମ୍ବଲପୁର ଏନଏସଏଚ ସହିତ ମିଶିବା ଦ୍ୱାରା ଝାରସୁଗୁଡ଼ାବାସୀ ଅସୁବିଧାର ସମ୍ମୁଖୀନ ହେବେ । ଯଦ୍ୱାରା ଡାକସେବା ପ୍ରଭାବିତ ହେବ ବୋଲି ଟଙ୍କଧର ତ୍ରିପାଠୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଇଥିଲେ।

Related Articles

Leave a Reply

Back to top button
error: Content is protected !!