?????

କୋଭିଡ୍ ପଲିଟିକ୍ସ, ବିଜେପି ଟାର୍ଗେଟରେ କଂଗ୍ରେସ

ନୂଆଦିଲ୍ଲୀ: କୋଭିଡ ବେଳେ ଏବେ ମୃତ୍ୟୁ ନୁହେଁ ପଲିଟିକ୍ସର ପାରା ଜବରଦସ୍ତ ରହିଛି। ଆଜି ବିଜେପି ଏକ ଡକ୍ୟୁମେଣ୍ଟ ଦେଖାଇଛି ଯେଉଁଥିରେ କଂଗ୍ରେସ ଦ୍ୱିତୀୟ ଲହର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ କଂଗ୍ରେସର ରଣନୀତି ଉଲ୍ଲେଖ ରହିଛି ବୋଲି ବିଜେପି ମୁଖପାତ୍ର ସମ୍ୱିତ ପାତ୍ର ଦାବି କରିଛନ୍ତି। ସେହିପରି ଲୋକମାନେ ଏହି ମହାମାରୀରେ ମୃତ୍ୟୁ ବରଣ କରୁଥିବା ବେଳେ କଂଗ୍ରେସ ଏହାକୁ ସୁଯୋଗ କହିଛି ସେହି ଡକ୍ୟୁମେଣ୍ଟରେ। ଆଉ ସମୟ ଆସିଛି ଏହି ସମୟରେ କଂଗ୍ରେସ ସରକାର ବିରୋଧରେ ବର୍ଷି ଲୋକଙ୍କ ନିକଟତର ହୋଇପାରିବ। ତେବେ ବିଜେପି ହାତରେ ଏହି ଡକ୍ୟୁମେଣ୍ଟ ଲାଗିବା ପରେ ପ୍ରେସ କନଫରେନସ କରି ବିଜେପି ମୁଖପାତ୍ର ସମ୍ୱିତ ପାତ୍ର କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ଦ୍ଧୁମ ବର୍ଷିଛନ୍ତି।

ଆଉ ଏହାର କିଛି ସମୟ ପରେ କଂଗ୍ରେସ ଏହାର ପ୍ରତିଶୋଧ ନେଇ ଏହାକୁ ଜାଲ୍ ଡକ୍ୟୁମେଣ୍ଟ କହିଛି। ଆଗାମୀ ଦିନରେ ଏ ନେଇ ବିଜେପି ସଭାପତି ଜେପି ନଡ୍ଡା ଏବଂ ସମ୍ୱିତ ପାତ୍ରଙ୍କ ବିରୋଧରେ ଏଫଆଇଆର ଦାଖଲ କରିବା ବୋଲି ଧମକ ଦେଇଛି କଂଗ୍ରେସ। ହେଲେ ଟୁଲକିଟରେ ଲେଖାହୋଇଥିବା ଅନେକ କଥା ଏବଂ କଂଗ୍ରେସ ନେତାଙ୍କ ଆଚରଣରେ ଦେଖାଯାଇଛି ଯାହାକୁ ନେଇ କଂଗ୍ରେସ ନିରବ ରହିଛି।

ବିଜେପି ମୁଖପାତ୍ର ସମ୍ବିଟ୍ ପାତ୍ରଙ୍କୁ ଟାର୍ଗେଟ କରି କଂଗ୍ରେସ ନେତା ରାଜୀବ ଗୌଡା ଟ୍ୱିଟ୍ କରି କହିଛନ୍ତି, ବିଜେପି ଜାଲ୍ ଡକ୍ୟୁମେଣ୍ଟ ଦେଖାଇଛି। ଏହାକୁ ଏଆଇସିସି ତର୍ଜମା କରୁଛି।

Related Articles

Leave a Reply

Back to top button
error: Content is protected !!