?????

ଚର୍ଚ୍ଚିତ ‘ଖଳନାୟକ’ ରାଇମୋହନ ପରିଡାଙ୍କ ମୃତ ଦେହ ଝୁଲାନ୍ତା ଅବସ୍ଥାରେ ଉଦ୍ଧାର

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ରାଇମୋହନ ପରିଡ଼ା ଶୁକ୍ରବାର ରାଜଧାନୀ ଉପକଣ୍ଠ ପଳାସୁଣି ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 58 ବର୍ଷ ହୋଇଥିଲା। ରାଇମୋହନ ପରିଡାଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତ ଓ ତାଙ୍କ ପ୍ରଶଂସକଙ୍କ ଗହଣରେ ଶୋକର ଛାୟା ଖେଳିଯାଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁୟାୟୀ, ଅଭିନେତା ତାଙ୍କ ପତ୍ନୀ ରଞ୍ଜିତା ଓ ଦୁଇ ଝିଅ ଘରେ ନଥିବା ବେଳେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ କରାଯାଇଛି । ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

କେନ୍ଦୁଝର ଜିଲ୍ଲା ଉଦୟପୁରର ମୂଳବାସିନ୍ଦା ରାଇମୋହନ ପରିଡ଼ା ସିନେମା, ଟେଲି ଧାରାବାହିକ ଓ ଯାତ୍ରାରେ ଖଳନାୟକ ଭୂମିକାରେ ଅଭିନୟ କରି ବେଶ୍ ଚର୍ଚ୍ଚାରେ ଥିଲେ। କରଞ୍ଜିଆ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଭୁବନେଶ୍ୱରସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଭିନୟ ଶିକ୍ଷା ଗ୍ରହଣ କରିଥିଲେ।

ନାଟ୍ୟ ନିର୍ଦ୍ଦେଶକ ଭାବେ କ୍ୟାରିୟର ଆରମ୍ଭ କରିଥିବା ଏହି ଚର୍ଚ୍ଚିତ ଖଳନାୟକ 1985 ମସିହାରେ ଅଭିନେତା ଭାବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ପରେ 100ରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଖଳନାୟକ ଚରିତ୍ରରେ ତାଙ୍କର ଅଭିନୟକୁ ଲୋକେ ଗ୍ରହଣ କରିଥିଲେ। 1986 ମସିହାରେ ସେ ପ୍ରଶାନ୍ତ ନନ୍ଦଙ୍କ ଦ୍ୱାରା ନିର୍ମିତ ଏକ ଚଳଚ୍ଚିତ୍ର ଜରିଆରେ ଡେବ୍ୟୁ କରିଥିଲେ। ଯାହା ତାଙ୍କୁ ନାଁ ଓ ଖ୍ୟାତି ଆଣିଦେଇଥିଲା ।

ସେ ଅନେକ ଓଡ଼ିଆ ଯାତ୍ରା ଓ ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ। ତାଙ୍କ ଅକାଳ ବିୟୋଗରେ ସିନେ ଜଗତର ସଦସ୍ୟମାନେ ଶୋକ ପ୍ରକାଶ କରିଛନ୍ତି।

Related Articles

Leave a Reply

Back to top button
error: Content is protected !!