?????

ସାବଧାନ! ଭାରତରେ ତିଆରି ଏହି କାଶ ସିରଫ ଖାଇ ବିଦେଶରେ ୬୬ ଜଣଙ୍କ ମୃତ୍ୟୁ !

ନୂଆଦିଲ୍ଲୀ: କଫ ସିରଫ ଖାଇ ୬୬ ଜଣଙ୍କ ମୃତ୍ୟୁ। ଆଫ୍ରିକାର ଗାମ୍ବିଆରେ ୬୬ ଶିଶୁ ଭାରତରେ ତିଆରି ଏକ ଔଷଧ ଖାଇବା ପରେ ମୃତ୍ୟୁ ବରଣ କରିଛନ୍ତି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ହୁ’ ଦାବି କରିଛି। ହରିଆଣାର ମେଡେନ ଫାର୍ମାସ୍ୟୁଟିକାଲ୍ସ ଲିମିଟିଡେ ରହିଛି ଔଷଧ ନିର୍ମାତା କମ୍ପାନୀର ନାମ। ଏହି ଔଷଧ ଖାଇବା ଦ୍ୱାରା କିଡନୀରେ ସମସ୍ୟା ଦେଖାଦେଇପାରେ। ତେଣୁ ବ୍ୟବହାର ନକରିବାକୁ ହୁ’ ପରାମର୍ଶ ଦେଇଛି।

ହୁ’ ଦାବି କରିଛି ଯେ କମ୍ପାନୀ ଏବଂ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ସହିତ ମିଳିତ ଭାବେ ଏନେଇ ତଦନ୍ତ କରାଯାଉଛି। ଔଷଧ ନିର୍ମାତା କମ୍ପାନୀ କିନ୍ତୁୁ ଏ ପ୍ରସଙ୍ଗରେ ନିରବ ରହିଛି। ଆଫ୍ରିକାର ଗାମ୍ବିଆରେ ୬୬ ଶିଶୁଙ୍କ ମୃତ୍ୟୁ ପଛରେ ଏହି ଚାରୋଟି ଔଷଧ ରହିଛି। Promethazine Oral Solution, Kofexmalin Baby Cough Syrup, Makoff Baby Cough Syrup and Magrip N Cold Syrup.।

କୁହାଯାଇଛି ଯେ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ମଧ୍ୟ ଏହି ଔଷଧ ଉପରେ କୌଣସି ଗ୍ୟାରେଣ୍ଟି ଦେଇନଥାଏ। ଅର୍ଥାତ ଏହା ସୁରକ୍ଷିତ ବୋଲି କୌଣସି ପ୍ରମାଣ ଦେଇ ନାହିଁ ବା ଔଷଧ ଉପରେ ଉଲ୍ଲେଖ କରି ନାହିଁ। ଲ୍ୟାବରେ ପରୀକ୍ଷା କରାଯିବାବେଳେ ଜଣାପଡିଛି ଯେ ଏହି ଔଷଧରେ ଥିବା ଡାଇଥାଇଲନ୍ ଗ୍ଲାଇକଲ୍ ଏବଂ ଇଥିଲିନ୍ ଗ୍ଲାଇକଲର ପରିମାଣ ବହୁତ ଅଧିକ ରହିଛି। ଯାହା ଶରୀର ପାଇଁ କ୍ଷତିକାରକ।

ରିପୋର୍ଟ ଅନୁଯାୟୀ, ଔଷଧରେ ଥିବା ଉପାଦାନର ବିଷାକ୍ତ ପ୍ରଭାବ ହେତୁ ପେଟ ଯନ୍ତ୍ରଣା, ବାନ୍ତି, ଝାଡ଼ା, ପରିସ୍ରାରେ ସମସ୍ୟା, ମୁଣ୍ଡବିନ୍ଧା, ମସ୍ତିଷ୍କ ଏବଂ କିଡନୀ ଉପରେ ପ୍ରଭାବ ପଡିଥାଏ। ହୁ’ କହିଛି ଯେ ସଂପୃକ୍ତ ଦେଶର କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଯାଞ୍ଚ ନହେବା ପର୍ଯ୍ୟନ୍ତ ଏହି ଔଷଧ ବ୍ୟବହାର କରାଯିବା ଉଚିତ ନୁହେଁ। ଏହା ଅନ୍ୟ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ। ଅର୍ଥାତ ହୁ’ କହିଛି ଭାରତରେ ମଧ୍ୟ ଏହି ଔଷଧର ଆବଶ୍ୟକ ଯାଞ୍ଚ କରାଯିବା ଦରକାର। ନହେଲେ ଅନେକ ଲୋକ ବିପଦରେ ପଡିପାରନ୍ତି।

Related Articles

Leave a Reply

Back to top button
error: Content is protected !!