?????

ଦୀର୍ଘ ଦିନ ପରେ ସିବିଆଇ ପଞ୍ଝାରେ ଦୁଇ ଚିଟଫଣ୍ଡ ଅଭିଯୁକ୍ତ

ବାଲେଶ୍ୱର: ଦୀର୍ଘ ବର୍ଷେ ପରେ ଚିଟଫଣ୍ଡ ମାମଲାରେ ସିବିଆଇ ଦୁଇ ଜଣଙ୍କୁ ଗିରଫ କରିଛି। ଗୁରୁବାର ବାଲେଶ୍ୱର ଜିଲ୍ଲାରୁ ଗ୍ରୀନ୍ ରେ ଇଣ୍ଟରନ୍ୟାସନାଲ ଚିଟ୍ ଫଣ୍ଡ କମ୍ପାନୀର ଦୁଇ ଜଣଙ୍କୁ ଠକେଇ ଅଭିଯୋଗରେ ଗିରଫ କରିଛି। ସିବିଆଇ ସୂତ୍ରରୁ ପ୍ରକାଶ ଯେ ଗିରଫ ହୋଇଥିବା ବ୍ୟକ୍ତିମାନେ ଚିଟ ଫଣ୍ଡ ଫାର୍ମର ସିଇଓ ମୀର ସାହିରୁଦ୍ଦିନଙ୍କ ଭାଇ ମୀର ସାହିମାତ ଛଦ୍ମନାମ କାଲୁ ଏବଂ ମୀର ଜାମିରୁଦ୍ଦିନ ବୋଲି ଜଣାପଡିଛି।

ଗୁଇନ୍ଦା ରିପୋର୍ଟକୁ ଆଧାର କରି ଚିଟଫଣ୍ଡ ମାମଲାରେ ତଦନ୍ତ କରୁଥିବା ସିବିଆଇ ଗୁରୁବାର ସକାଳେ ଜଲେଶ୍ୱର ଅଞ୍ଚଳରେ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିଛି। ପୂର୍ବରୁ ନାଇଜେରିଆକୁ ପଳାଇଥିବା ସାହିରୁଦ୍ଦିନଙ୍କୁ ଫେବୃଆରୀ 2017ରେ କୋଲକାତାରୁ ଗିରଫ ହୋଇଥିଲା।

କମ୍ପାନୀ ଓଡିଶା ତଥା ଅନ୍ୟାନ୍ୟ ରାଜ୍ୟରୁ ଆସିଥିବା ନିବେଶକମାନଙ୍କଠାରୁ ପ୍ରାୟ 2,000 କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ସୂତ୍ରରୁ ପ୍ରକାଶ ଯେ ସାହିରୁଦ୍ଦିନ ହାୱାଲା କାରବାର ମାଧ୍ୟମରେ କିଛି ବିଦେଶୀ ଟଙ୍କା ଦେଶରେ ବିନିଯୋଗ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସିବିଆଇ ଅନୁସନ୍ଧାନ କରୁଥିବା 44ଟି କମ୍ପାନୀ ମଧ୍ୟରୁ ଗ୍ରୀନ୍ ରେ ଇଣ୍ଟରନ୍ୟାସନାଲ ଅନ୍ୟତମ।

Related Articles

Leave a Reply

Back to top button
error: Content is protected !!