?????

ପରପାରିରେ ଅଭିନୟର ‘ଅଧିନାୟକ’ ମିହିର ଦାସ

କଟକ: ମିହିର ଦାସ… ଓଡ଼ିଆ ସିନେମା ଏବଂ ଟିଭି ପରଦାରେ ଏପରି ଏକ ନାଁ ଯାହାଙ୍କ ନାଁ ଶୁଣିଲେ ଆପଣାର ଲାଗେ । ଚଳଚ୍ଚିତ୍ର, ରୂପେଲି ପରଦାରେ ନିଜର ଅଭିନୟ ଜରିଆରେ ଲୋକଙ୍କୁ ହସାଉଥିବା, ହୁଇସିଲ ମାରିବାକୁ ପ୍ରବର୍ତ୍ତାଉଥିବା, କନ୍ଦାଉଥିବା ଏହି ମଣିଷ ଏବେ ସମସ୍ତଙ୍କ ଆଖିରେ ଲୁହ ଦେଇ ଯାଇଛି । ଅଭିନୟର ସମସ୍ତ ବିଭାଗରେ ସେ ଥିଲେ ‘ଅଧିନାୟକ’। ଯେଉଁ ଅଭିନୟ କରୁଥିଲେ ଯେମିତି ତାଠୁ ଅଧିକ ଭଲ ଅଭିନୟ କେହି କରିପାରିବେନି ବୋଲି ମନେ ହେଉଥିଲା । ନାୟକ ଭୂମିକାରେ ଅନେକଙ୍କ ପାଇଁ ଦେବଦାସ ସାଜିଥିଲେ ତ ଆଉ କେତେବେଳେ ଖଳନାୟକ ହୋଇ ଲୋକଙ୍କ ମନରେ ଘୃଣା ଭାବର ଶିକାର ହୋଇଥିଲେ। ଅଭିନୟର ଅର୍ଜୁନ ସାଜିଥିବା ଏହି ବର୍ଷିୟାନ୍ କଳାକାର ଅନେକ ସ୍ମୃତିକୁ ଛାଡି ସେ ଏବେ ପରପାରିକୁ ପଳାଇଛନ୍ତି । ଫେସବୁକ, ଇନଷ୍ଟ୍ରାଗ୍ରାମ, ଫୋନ୍ କଲ୍, ହ୍ୱାଟସଅପ୍ ଷ୍ଟାଟସ.. ସବୁଠି ମିିହିର ଦାସଙ୍କ ଆବର୍ତ୍ତମାନକୁ ମନେ ପକାଉଛନ୍ତି ତାଙ୍କୁ ଶୁଭେଚ୍ଛୁ।

ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଏହି ସୁପରଷ୍ଟାର ଆଇସିୟୁରେ ଥିଲେ । ହେଲେ ସୋମବାରର ସୂର୍ଯ୍ୟାସ୍ତ ସହିତ ଏହି ସୁପରଷ୍ଟାର ମଧ୍ୟ ଜୀବନ ଛାଡି ଅସ୍ତ ହୋଇଯାଇଛନ୍ତି । ତାଙ୍କର ଆବର୍ତ୍ତମାନରେ ସହଯୋଗୀମାନେ ତାଙ୍କ ସହିତ ବିତାଇଥିବା ସେହି ସମୟକୁ ମନେ ପକାଇ ଝୁରି ହେଉଛନ୍ତି । ପରଦାରେ ନିଜର ଅଭିନୟର ଯାଦୁରେ ସମସ୍ତଙ୍କୁ ଆତ୍ମହରା କରି ରଖୁଥବା ବ୍ୟକ୍ତି ଯେ ତେଷଠୀ ବର୍ଷରେ ଦୁନିଆକୁ ଅଲବିଦାକୁ କହିଦେବ କେହି କେବେ ଭାବିପାରୁନିି।

ମୟୂରଭଞ୍ଜରେ ଜନ୍ମିତ ପରେ କଟକ ସଡିଏରେ ରହୁଥିବା ମିହିରଙ୍କର ଆଜି ସତିଚଉରାରେ ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ରହିଛି । ରାଜ୍ୟ ସରକାର ତାଙ୍କୁ ରାଷ୍ଟ୍ରୀୟ ସମ୍ମାନର ସହିତ ଅନ୍ତିମ ସଂସ୍କାର କରିବାକୁ ନିଷ୍ପତି ନେଇଥିବା ଅଭିନେତା କୁନା ତ୍ରିପାଠୀ କହିଛନ୍ତି । ମିହିରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

ମିହିରଙ୍କ ଆବର୍ତ୍ତମାନରେ କେବଳ ଏକ ବ୍ୟକ୍ତିର ଅନ୍ତର୍ଧ୍ୟାନ ହୋଇନି ବରଂ ଗୋଟିଏ ଯୁଗାବସାନ ହୋଇଛି ବୋଲି ଅଭିନେତା କୁନା ତ୍ରିପାଠୀ କହିଛନ୍ତି । ୧୯୭୯ରେ ସେ ରାମାୟଣ ଚଳଚ୍ଚିତ୍ରରେ ଶତ୍ରୁଘ୍ନ ଭୂମିକାରେ ଅଭିନୟ କରିଥିଲେ । ତାଙ୍କର ଶେଷ ଫିଲ୍ମ ଥିଲା ତୁ ମୋ ଲଭ୍‌ ଷ୍ଟୋରୀ ।

Related Articles

Leave a Reply

Back to top button
error: Content is protected !!