?????
ଆଜିଠୁ ପୁଲିସ ଏଫଆଇଆରରେ ବ୍ୟବହୃତ ହେଲା ନୂଆ ଫଣ୍ଟ ସାଇଜ୍

କଟକ: ଆଜିଠାରୁ ସାରା ଓଡ଼ିଶାରେ ଏଫଆଇଆର, ଚାର୍ଜଶିଟ୍ ଏବଂ ଅନ୍ୟାନ୍ୟ ପୁଲିସ କାମରେ ଟାଇପିଂ ବେଳେ ବ୍ୟବହୃତ ହେବ 12 ପଏଣ୍ଟ ଫଣ୍ଟ ସାଇଜ୍ ଏବଂ 1.5 ଗ୍ୟାପର ଟାଇମ୍ସ ନ୍ୟୁ ରୋମାନ୍ ଫଣ୍ଟ। 5 ମାସ ପୂର୍ବେ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ଫଣ୍ଟ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଡିଜିପି ନୂଆ ଫଣ୍ଟର ବ୍ୟବହାର ନେଇ ସୂଚନା ଦେଇଛନ୍ତି।
ପାଞ୍ଚ ମାସ ପୂର୍ବରୁ ଏକ ଜାମିନ ଆବେଦନ ଉପରେ ବିଚାର କରୁଥିବାବେଳେ ଜଷ୍ଟିସ ଏସ.କେ ପାଣିିଗ୍ରାହୀ କହିିଥିଲେ ଏଫଆଇଆର ଏବଂ ଚାର୍ଜଶିଟରେ ବ୍ୟବହୃତ ହେଉଥିବା ଫଣ୍ଟ ଗ୍ରହଣୀୟ ନୁହେଁ। ଅକ୍ଷର ଛୋଟ ହୋଇଥିବାରୁ ଏହାକୁ ପଢ଼ିବା ଅନୁପଯୋଗ୍ୟ, ଫଣ୍ଟ ସାଇଜ ଦେଖି ପଢ଼ିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ। ଏହି ଫଣ୍ଟ ସାଇଜର ଅକ୍ଷର ପଢ଼ି ରାୟ ଦେବା ବେଳକୁ କୋର୍ଟକୁ ଅନେକ ସମୟ ବ୍ୟବହାର କରିବାକୁ ପଡୁଛି ବୋଲି କହିଥିଲେ। ଏହାପରେ ଜଷ୍ଟିସ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଫଣ୍ଟ ସାଇଜରେ ପରିବର୍ତ୍ତନ ହୋଇଛି।