?????

ଭିଜିଲାନ୍ସ ଜାଲରେ କୋଟିପତି ଅଧ୍ୟାପକ , ଝାରସୁଗୁଡାରେ ଆଠଟି ପ୍ଲଟ୍

ଭବାନିପାଟଣା: ଭିଜିଲାନ୍ସ ରାଡାରରେ କୋଟିପତି ଅଧ୍ୟାପକ। ସରକାରୀ ଡିପ୍ଲେମା କଲେଜର ଅଧ୍ୟାପକ ସୂର୍ଯ୍ୟ ନାରାୟଣ ରାୟଙ୍କ ଘରେ ଭିଜିଲାନ୍ସ ଟିମର ଚଢ଼ାଉ। ବେଆଇନ୍ ସମ୍ପତ୍ତି ହାତେଇଥିବା ଅଧ୍ୟାପକ ଜଣଙ୍କ ଜିଲ୍ଲାରେ ଥିବା ସରକାରୀ ପଲିଟେକ୍ନିକ୍ ସ୍କୁଲର ଅଧ୍ୟାପକ ବୋଲି ଜଣାପଡ଼ିଛି। ଜଣେ ଅଧ୍ୟାପକ ହୋଇ କିଭଳି ଏତେ ସମ୍ପତ୍ତି ଆୟ କରିଛନ୍ତି ତାକୁ ତଦନ୍ତ କରୁଛି ଭିଜିଲାନ୍ସ ଟିମ୍।

ବେଆଇନ୍ ଭାବରେ ସମ୍ପତ୍ତି ଠୁଳ ଅଭିଯୋଗର ଖବର ପାଇ ଭିଜିଲାନ୍ସ ମଙ୍ଗଳବାର ଅଧ୍ୟାପକଙ୍କ ବାସଭବନ ସମେତ ପାଞ୍ଚଟି ସ୍ଥାନରେ ଚଢ଼ାଉ କରିଥିଲା। ଅଧ୍ୟାପକଙ୍କର ଦୁଇଟି ଦୁଇ ମହଲା କୋଠା, ଝାରସୁଗୁଡାରେ ଆଠଟି ପ୍ଲଟ୍, ଗୋଟିଏ ଚାରି ଚକିଆ ଗାଡି, 30 ଲକ୍ଷରୁ ଅଧିକ ମୂଲ୍ୟର ବ୍ୟାଙ୍କ ଏବଂ ପୋଷ୍ଟ ଅଫିସରେ 41 ଲକ୍ଷରୁ ଅଧିକ ମୂଲ୍ୟର ବୀମା ସହିତ 2.45 କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ରହିଛି।

ଭିଜିଲାନ୍ସ ଅଧିକାରୀ କହିଛନ୍ତି “କୋର୍ଟ ୱାରେଣ୍ଟ ଆଧାରରେ ଏକକାଳୀନ ରେଡ୍ କରାଯାଇଥିଲା ଏବଂ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଅଧ୍ୟାପକଙ୍କ ପ୍ରକୃତ ଆୟ ଆମେ ଜାଣିଛୁ ବୋଲି ଜଣେ ଭିଜିଲାନ୍ସ ଅଧିକାରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସମ୍ପତ୍ତିର ମୂଲ୍ୟ ଏବଂ ପ୍ରକୃତ ଆୟର ପାର୍ଥକ୍ୟ ଜାଣିବା ପାଇଁ ଅଧିକାରୀଙ୍କ ଆୟ ହିସାବ କରାଯିବ।

Related Articles

Leave a Reply

Back to top button
error: Content is protected !!