?????

ପାଇଖାନା ଟାଙ୍କିରୁ ମିଳିଲା ଅଭିଯୁକ୍ତ ଗୋପାଳର ହାତଲେଖା

ଝାରସୁଗୁଡା: ଝରାସୁଗୁଡା ବିମାନ ବନ୍ଦର ଥାନାର ସ୍ୱରେଜ ଟାଙ୍କିରୁ ମିଳିଛି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ କରିଥିବା ଅଭିଯୁକ୍ତ ଗୋପାଳ ଦାସଙ୍କ ହାତଲେଖା। ଏକ ନାଲି ରଙ୍ଗରେ ସାଧା କାଗଜରେ ସେ କିଛି ଲେଖିଥିବା ଜଣାପଡିଛି। ତଦନ୍ତକାରୀ ଟିମ୍ ରିମାଣ୍ଡରେ ପଚରାଉଚରା କରିବା ବେଳେ ଗୁଳି ମାଡ ପଛର ଉଦ୍ଦେଶ୍ୟ ପଚାରିଥିଲା ପୋଲିସ। ଏହି ସମୟରେ କାଗଜ ବାବଦରେ ସୂଚନା ଦେଇଥିଲେ। ପରେ ଗୁରୁବାର ରାତିରେ ହଠାତ ବିମାନବନ୍ଦର ଥାନାର ଶୌଚାଳୟ ଟାଙ୍କିକୁ ଖୋଳିଥିଲା ତଦନ୍ତକାରୀ ଟିମ୍।

ମିଳିଥିବା ସୂଚନା ଅନୁସାରେ ଗୁଳିମାଡ ପରେ ଅଭିଯୁକ୍ତକୁ ପୋଲିସ ଏହି ବିମାନବନ୍ଦର ଥାନାକୁ ଆଣିଥିଲା। ଏହିଠାରେ ଶୌଚାଳୟକୁ ଯାଇ ଟଏଲଟ ପ୍ଯାନରେ ସେ ଲେଖିଥିବା କାଗଜକୁ ପକାଇ ଦେଇ ଫ୍ଲସ ମାରିଦେଇଥିଲା।

କ୍ରାଇମବ୍ରାଞ୍ଚ ଟିମ୍ ଏବେ ପାଇଥିବା ୧୨ ଖଣ୍ଡ କାଗଜର ରସହ୍ୟ ଖୋଜିବା ଆରମ୍ଭ କରିଛି। ପ୍ରଥମେ କାଗଜ ଖଣ୍ଡ ହାତଲେଖା ଏକ୍ସପୋର୍ଟଙ୍କୁ ପଠାଇବ। ଏବଂ କାଗଜରେ ଲେଖାହୋଇଥିବା ଅକ୍ଷର ଚିହ୍ନିବ। ଏହା ଗୋପାଳର ହାତଲେଖା ଅକ୍ଷର ନା ଆଉ କାହାର ତାର ତଦନ୍ତ କରିବ।

କିନ୍ତୁ ପ୍ରଶ୍ନ ହେଲା ମନ୍ତ୍ରୀଙ୍କ ମୃତ୍ୟୁକୁ 5 ଦିନ ବିତିଛି। ସେତେଦିନ ହେବ ପାଣିଟାଙ୍କିରେ ଫ୍ସସ ଜରିଆରେ ସ୍ୱରେଜରେ ଥିବା କାଗଜ କେମିତି ଅକ୍ଷତ ରହିଛି ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେତେବେଲେ ପୋଲିସ ଅଭିଯୁକ୍ତକୁ ଅଟକ ରଖିଲା ସେତେବେଲେ ଗୋପାଳଙ୍କ ପାଖରେ କାଗଜ ଥିଲା କି ନାହିଁ ଦେଖିନଥିଲା କି? ଆଉ ଯଦି ଦେଖିନଥିଲା ଏତେ ବଡ କାଗଜ କେମିତି ଲୁଚାଇପାରିଲା ଆଉ ଜାଣିପାରିଲାନି ପୁଲିସ? ମନ୍ତ୍ରୀଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ବେଳେ ହଠାତ ପାଇଖାନା ଟାଙ୍କିକୁ କାଗଜ ମିଳିବାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

Related Articles

Leave a Reply

Back to top button
error: Content is protected !!