ହକି ଷ୍ଟାଡିୟମର ସମୀକ୍ଷା କଲେ ୫- ଟି ସଚିବ
![](https://jsglive.in/wp-content/uploads/2022/03/rourkela-hockey-vsisit.jpg)
ରାଉରକେଲା : ରାଉରକେଲା ବିପିୟୁଟି ପରିସରରେ ତିଆରି ଚାଲିଛି ହକି ଷ୍ଟାଡିୟମ । ନିର୍ମାଣଧୀନ ଥିବା ଏହି ବିର୍ସାମୁଣ୍ଡା ହକି ଷ୍ଟାଡିୟମର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ୫- ଟି ସଚିବ ଭିକେ ପାଣ୍ଡିଆନ୍ । ରାଜ୍ୟର ଏହି ଦୁଇ ପ୍ରମୁଖ ଆଇଏଏସ ଅଧିକାରୀ ଦୁଇ ଦିନିଆ ରାଉରକେଲା ଗସ୍ତରେ ଅଛନ୍ତି।
ଏହି ପ୍ରକଳ୍ପର ସମୀକ୍ଷା ବେଳେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର,୫ଟି ସଟିବ ଭିକେ ପାଣ୍ଡିଆନ୍, ଶିଳ୍ପ ସଚ୍ଚିବ ହେମନ୍ତ ସର୍ମା , କ୍ରୀଡା ସଚିବ ଭିନିଲ କ୍ରିଷ୍ଣନ ଓ ଇଡକୋ ସିଚିବ ଭୂପେନ୍ଦ୍ର ସିଂ ପୁନିଆ ପ୍ରମୁଖ ଉପସ୍ଥିତ ଥିଲେ ।
୧୧୪ କୋଟି ଟଙ୍କା ବ୍ୟୟରେ ରାଜ୍ୟ ସରକାର ତିଆରି କରୁଥିବା ଏହି ହକି ଷ୍ଟାଡିୟମର ନିର୍ମାଣ କାମ ୨୦୨୨ ଜୁଲାଇ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରହିଛି। ପ୍ରକଳ୍ପ କାମ ଶେଷ ହେଲେ ୨୦୨୩ରେ ଏହି ଷ୍ଟାଡିୟମରେ ପୁରୁଷ ହକି ମ୍ୟାଚ୍ ଅନୁଷ୍ଠିତ ହେବ ।ସେହିପରି ବିପିୟୁଟି ପରିସରରେ ୨ଶହ ବେଡ୍ ବିଶିଷ୍ଟ ଏକ ଭବନ ନିର୍ମାଣ କରିବାର ଯୋଜନା ରହିଛି ।