?????

ଚାକିରି ଦେବେ କହି ଠକେଇ କରୁଥିଲେ ଦୁଇ ଭଉଣୀ ଓ ଭାଇକୁ ବାନ୍ଧିଲା ପୁଲିସ

ଝାରସୁଗୁଡା: ଚାକିରେ ଦେବା ନାଁରେ ଠକେଇ । ତିନି ଠକଙ୍କୁ ଗିରଫ କଲା ଝାରସୁଗୁଡା ପୁଲିସ । ଗିରଫ 3 ଠକ ହେଲେ ରାଜେଶ ବାଡି (30) ଏବଂ ତାଙ୍କର ଦୁଇ ଭଉଣୀ ଝରଣା ବାଡି (32), ରାଜକୁମାରୀ ବାଡି (19) । ଏମାନେ ସମସ୍ତେ ବରଗଡ ଜିଲ୍ଲା ପ୍ରଧାନପଲ୍ଲୀ ଛକର ବାସିନ୍ଦା । ଏହି ତିନି ଠକ ରେଲଓ୍ୱେରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଲୋଭ ଦେଖାଉଥିଲେ। ପରେ ଟଙ୍କା ଆଣି ଠକେଇ କରୁଥିବା ଅଭିଯୋଗ ହୋଇଥିଲା।

ବ୍ରଜଜନଗର ଥାନା ଅନ୍ତର୍ଗତ ଚିଚିଣ୍ଡା ଗାଁର ମନସ ରଂଜନ ପଟେଲ ଏହି ତିନି ଠକଙ୍କ ଦ୍ୱାରା ଠକେଇର ଶିକାର ହୋଇଥିଲେ । ପରେ ମାନସ ଅଭିଯୋଗ କରିଥିଲେ।

ଅଭିଯୋଗ ଅନୁଯାୟୀ, 17 ଅକ୍ଟୋବରରେ ମାନସଙ୍କୁ 9078****13 ଏହି ନମ୍ବରରୁ ଫୋନ୍ କଲ୍ ଆସିଥିଲା । ରେଲଓ୍ୱରେ ଚାକିରି କରାଇଦେବାକୁ କହି ଏହି ଫୋନ୍ କଲା ଆସିଥିଲା । ପରେ ଜଣେ ପୁରୁଷ ଏବଂ ଦୁଇଜଣ ମହିଳା ତାଙ୍କୁ ଏକ ଘରୋଇ ହୋଟେଲକୁ ଡାକିଥିଲେ। ଯେଉଁଠି ସେମାନେ ଜଏନିଂ ଲେଟର ଦେବେ ବୋଲି କହିଥିଲେ । ଏଥିପାଇଁ କିନ୍ତୁ 14 ଲକ୍ଷ ଟଙ୍କା ଦେବାକୁ ହେବ ବୋଲି କହିଥିଲେ। ଆଉ ଫୋନରେ ହୋଇଥିବା କଥାବାର୍ତା ଅନୁଯାୟୀ 22 ଅକ୍ଟୋବରରେ ମାନସ ସେହି ଘରୋଇ ହୋଟେଲରେ ଟଙ୍କା ବ୍ୟାଗ ନେଇ ପହଂଚିଥିଲେ । ପରେ ହୋଟେଲରେ ପହଂଚିବା ପରେ ହୋଟେଲର 212 ନମ୍ବର ରୁମକୁ ଆସିବାକୁ ଠକ ବ୍ୟକ୍ତି କହିଥିଲେ। ହେଲେ ମାନସ ହୋଟେଲର ରୁମରେ ପଶିବା ମାତ୍ରେ ସେମାନେ ରୁମରେ ଚାବି ପକାଇ ଟଙ୍କା ବ୍ୟାଗ ଧରି ଖସି ପଳାଇଥିଲେ । ଆଉ ବ୍ୟାଗ ନେବା ପରେ ଏକ ନକଲି ବ୍ୟାଗ ସେଠାରେ ରଖି ଦେଇ ଅଭିଯୁକ୍ତମାନେ ଏକ ଇଣ୍ଡିଗୋ କାରରେ ପଳାଇଥିଲେ । ମାନସ କୌଣସିମତେ ହୋଟେଲରୁ ବାହାରକୁ ଆସିବା ପରେ ବୁଝି ଯାଇଥିଲେ ସେ ଏକ ଠକଙ୍କ ହାବୁଡରେ ପଡିଛନ୍ତି। ଏହାପରେ ମାନସ ଝାରସୁଗୁଡା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ଝାରସୁଗୁଡା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଜଣାପଡିଥିଲା ତିନି ଠକ ଯେଉଁ ଇଣ୍ଡିଗୋ କାର ନମ୍ବର OR 02 BG 0507ରେ ହୋଟେଲରୁ ଯାଇଛନ୍ତି ତାହା ଆଉ ଏକ ଗାଡିର ନମ୍ବର ବା ଫେକ୍ ।

ପରେ ଅକ୍ଟୋବର 24ରେ ଝାରସୁଗୁଡା ପୁଲିସ ବରଗଡ ପୁଲିସର ସହାୟତାରେ ତିନି ଅଭିଯୁକ୍ତଙ୍କ ଘରେ ପହଞ୍ଚିଥିଲା। ଆଉ ତିନି ଅଭିଯୁକ୍ତ ଠକେଇ କରିଥିବା ନେଇ ମାନି ଯାଇଥିଲେ । ଆଉ ହୋଟେଲରେ ରହିବା ବେଳେ ତିନି ଜଣ ପରିଚୟ ପତ୍ର ଭାବରେ ଯେଉଁ ଭୋଟର ଆଇଡି ଦେଖାଇଥିଲେ ତାହା ନକଲି ବୋଲି ଜଣାପଡିଛି ।

ଝାରସୁଗୁଡା ଏସ.ପି. ବିକାଶ ଚନ୍ଦ୍ର ଦାସ କହିଛନ୍ତି, “ଆମେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି 12 ଲକ୍ଷ 96 ହଜାର ଟଙ୍କା ଜବତ କରିଛୁ। ଏଥିସହ ଗୋଟିଏ ଧଳ ରଙ୍ଗର ଇଣ୍ଡିଗୋ କାର୍, ତିନୋଟି ମୋବାଇଲ୍ ଫୋନ୍, ଗୋଟିଏ ଲାପଟପ୍, ନକଲି ଆଧାର କାର୍ଡ ଏବଂ ଅନ୍ୟ ଲୋକଙ୍କ ନାମରେ ଭୋଟର ଆଇଡି କାର୍ଡ, ଗୋଟିଏ ଛୋଟ ଲାମିନେସନ୍ ମେସିନ୍ ଜବତ ହୋଇଛି। ତିନି ଠକଙ୍କୁ କୋର୍ଟ ଫରଓ୍ୱାର୍ଡ କରାଯାଇଛି।

Related Articles

Leave a Reply

Back to top button
error: Content is protected !!