କରୋନା ଭିତରେ ପାଳନ ହେଲା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

0
44

ସମ୍ୱଲପୁର: ନୂଆଁଖାଇ ଏକ କୃଷି ଭିତିକ ପର୍ବ। ମାଆ ମାଟିକୁ କୃତଜ୍ଞତା ଜଣାଇବାର ପର୍ବ। କରୋନା ଭିତରେ ପଶ୍ଚିମ ଓଡ଼ିଶାର ପାଳନ ହୋଇଛି ଏହି କୃଷି ଭିତିକ ଗଣପର୍ବ । ନୀତି ଅନୁସାରେ ମା ସମଲେଶ୍ୱରୀଙ୍କ ଠାରେ ନାର୍ବାନ୍ନ ଲାଗି ହେବା ପରେ ଘରେ ଘରେ ଉତ୍ସବ ପାଳିଛନ୍ତି ପଶ୍ଚିମ ଓଡ଼ିଶାବାସୀ। ଆଜି ଭୋର ୪ ଟାରୁ ଖୋଲା ଯାଇଥିଲା ସମଲେଇଙ୍କ ମନ୍ଦିର।

ମାଙ୍କୁ ସ୍ନାନ କରାଇ ନୂଆ ବସ୍ତ୍ର ପିନ୍ଧାଯାଇ ପୂଜାର୍ଚନା ଆରମ୍ଭ ହୋଇଥିଲା। ସକାଳ ୧୦ଟା ୧୫ ମିନିଟରେ ନର୍ବାନ୍ନ ଲାଗି କରାଯାଇଥିଲା। ମାଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ନର୍ବାନ୍ନ ଖାଇଛନ୍ତି ପଶ୍ଚିମ ଓଡ଼ିଶାବାସୀ। ଘରର ମୁରବୀଙ୍କୁ ମୁଣ୍ଡିଆ ମାରି ପରିବାର ସହ ଏକତ୍ର ବସି ନୂଆ ଅର୍ଣ୍ଣ ଖାଇଛନ୍ତି। ସମସ୍ତଙ୍କ ଗହଣରେ ପିଠାପଣାର ବାସ୍ନା ମଧ୍ୟ ଦେଖିବାକୁ ମିଳିଛି।

କରୋନା କଟକଣା ଯୋଗୁ ଏଥର ଗାଁ ଦାଣ୍ଡ, ବଜାର, ସହରରେ ନୃତ୍ୟୁ, ସଙ୍ଗୀତର ଆସର ଜମିନଥିବା ଦେଖିବାକୁ ମିଳିଛି। ପ୍ରଥା ଅନୁଯାୟୀ ଆଜି ଚାଷୀ ତାର ପ୍ରଥମ ଅର୍ଣ୍ଣକୁ ଇଷ୍ଟଦେବୀଙ୍କ ଠାରେ ଲାଗି କରାଇ ବର୍ଷ ଯାକ ଭଲ ଅମଳ ପାଇଁ ମାଙ୍କ ଠାରୁ ଆଶିଷ ଭିକ୍ଷା କରନ୍ତି। ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଳନ ଅବସରରେ କିଛି ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ନୂଆ ଅନ୍ନ ଖାଇ, ନୂଆ ପୋଷାକ ପିନ୍ଧି, ବନ୍ଧୁବାନ୍ଧବ ଏକାଠି ହୋଇ ପାଳନ କରୁଛନ୍ତି ନୂଆଖାଇ। ଚାରିଆଡ଼େ ଶ୍ରଦ୍ଧା, ଉଲ୍ଲାସ ଓ ଖୁସିର ମାହୋଲ ଖେଳିଯାଇଛି । କରୋନା ପାଇଁ ନୃତ୍ୟ, ସଙ୍ଗୀତ ଆସର ଏବଂ ଭେଟଘାଟ ପାଇଁ ଅନୁମତି ମିଳିନଥିବାରୁ ଏଥିର ଫିକା ଫିକାରେ ପାଳନ ହୋଇଛି ନୂଆଁଖାଇ।

ପଶ୍ଚିମ ଓଡିଶାର ଅନ୍ୟତମ ଜିଲ୍ଲା ସୁନ୍ଦରଗଡ଼ରେ ମଧ୍ୟ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପାରମ୍ପରିକ ରିତିନୀତି ଅନୁସାରେ ନବାନ୍ନ ଲାଗି ହୋଇଛି । ଏହାସହ ବଲାଙ୍ଗୀର, ଢେଙ୍କାନାଳ, କଳାହାଣ୍ଡିରେ ଧୂମଧାମରେ ପାଳିତ ହୋଇଛି ନୂଆଖାଇ ଭେଟଘାଟ । ଖାଲି ଓଡ଼ିଶା ନୁହେଁ ସୁଦୂର ଦୁବାଇର ସମୂଦ୍ର ଗର୍ଭରୁ ନୂଆଁଖାଇ ଜୁହାରର ବାର୍ତା ଆସିଛି । ଆରବ ମହାସାଗରର ୪୦ ଫୁଟ ପାଣି ଭିତରୁ ପାଣି ଭିତରେ ‘ନୂଆଁଖାଇ ଜୁହାର’ ଏବଂ ‘ଶୁଭ ନୂଆଁଖାଇ’ ଲେଖାଥିବା ଦୁଇଟି ପ୍ଲାକାର୍ଡ ଧରି ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଆ ବାପା ଝିଅ।