?????

ଅନ୍ୟ କାହା ନାଁରେ ସୋଶିଆଲ ମିଡିଆରେ ଆକାଉଣ୍ଚ ଖୋଲିବା ସାଇବର ଅପରାଧ

ଜେଏସଜେ ଲାଇଭ ବ୍ୟୁରୋ: ବଢୁଥିବା ସାଇବର ଅପରାଧକୁ ଦେଖି ଚେତାଇଲା ଓଡିଶା ପୁଲିସ। ଫେସବୁକ, ଟୁଇଟର ଏବଂ ଇନଷ୍ଟାଗ୍ରାମ ଭଳି ଫ୍ଲାଟଫର୍ମରେ ଫେକ୍ ଆଇଡି କରି କିମ୍ବା ଅନ୍ୟ କାହାର ଫଟୋ ଆଣି ଫେସବୁକ ପ୍ରୋଫାଇଲରେ ରଖି ସଂଚାଳନ କରିବାକୁ ଅପରାଧ ବୋଲି କହିଛି ଓଡିଶା ପୋଲିସ।

ଓଡ଼ିଶା ପୁଲିସ ଟ୍ୱିଟ କରି କହିଛି ଯେ ଫେକ୍ ବା ନକଲି ଆକାଉଣ୍ଟ ଜରିଆରେ କିଛି ବି କରିବା ସାଇବର ଅପରାଧ ଏବଂ ଦଣ୍ଡନୀୟ ଅପରାଧ। ଟ୍ୱିଟର, ଫେସବୁକ୍, ଇନଷ୍ଟାଗ୍ରାମ ଇତ୍ୟାଦି ସୋସିଆଲ ମିଡିଆ ପ୍ଲାଟଫର୍ମରେ କାହାର ନକଲି ପ୍ରୋଫାଇଲ୍ ତିଆରି କରିବା ସାଇବର ଅପରାଧ ବୋଲି ବିବେଚନା କରାଯିବ। ଏବଂ ଏହା ଏକ ଦଣ୍ଡନୀୟ ଅପରାଧ। ଯଦି କେହି ଏପରି କରୁଥାନ୍ତି ତାହେଲେ ନିକଟସ୍ଥ ପୋଲିସ ଷ୍ଟେସନକୁ ଜଣାନ୍ତୁ ବୋଲି ଓଡ଼ିଶା ପୁଲିସ କହିଛି।

ଉଲ୍ଲେଖଯୋଗ୍ୟ ଗତ ଚାରି ବର୍ଷ ମଧ୍ୟରେ ଓଡିଶାରୁ ୧୨୦ କୋଟିରୁ ଅଧିକ ଆର୍ଥିକ ଠକେଇ ହୋଇଥିବା ବେଳେ ପୋଲିସ ୨୦ ରୁ ଅଧିକ ଠକକୁ ଗିରଫ କରିବାରେ ସକ୍ଷଣ ହୋଇଛି। ତେଣୁ ବଢୁଥିବା ଅପରାଧକୁ ଦେଖି ଓଡିଶା ପୋଲିସ ଏଭଳି ସତର୍କ କରାଇଛି।

ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ସାଇବର ଠକେଇ ବୃଦ୍ଧି ଘଟିଛି। ୨୦୨୦ରେ ୧୦୮ଟି ସାଇବର ହୋଇଥିବା ନେଇ ପଞ୍ଜିକୃତ ହୋଇଥିବା ବେଳେ ବେଳେ ୨୦୨୧ରେ ଏହି ସଂଖ୍ୟା ୧୪୬ ରହିଛି। ସେହିପରି ସାରା ଓଡିଶାରେ ସାଇବର ଅପରାଧ ୨୦୧୫ ରେ ୩୮୫  ରହିଥିବା ବେଳେ ୨୦୨୧ରେ ୨,୦୩୭ କୁ ବୃଦ୍ଧି ପାଇଛି । ମାତ୍ର ୬ ବର୍ଷରେ ସାଇବର ଅପରାଧ ସଂଖ୍ୟା ୪୯୨%କୁ ବୃଦ୍ଧି ପାଇଛି।

ଓଡିଶା ସମେତ ଦେଶରେ ସାଇବର ଅପରାଧ ବଢି ଚାଲିଛି। ବ୍ୟାଙ୍କ ଆକାଉଣ୍ଟର କେଓ୍ୱାଇସି ଅପଡେଟ, ଫୋନ୍ ଯୋଗେ ବିଭିନ୍ନ ଆକର୍ଷଣୀୟ ଅଫର ଦେବା, ଫେକ୍ ସାଇଟ୍ ଜରିଆରେ ଦାମୀ ଜିନିଶକୁ ଶସ୍ତାରେ ଦିଆଯାଉଥିବା କହି ସାଇବର ଅପରାଧୀ ମାନେ ଠକେଇ କରୁଛନ୍ତି। ମୁଖ୍ୟତଃ ବୃଦ୍ଧ ଲୋକଙ୍କୁ ଦେଖି ସାଇବର ଅପରାଧୀ ଠକେଇ କରୁଥିବା ନଜିର ରହିଛି।

Related Articles

Leave a Reply

Back to top button
error: Content is protected !!