?????

ଭାରତୀୟ ବଂଶୋଦ୍ଭବ ନେଡେଲା ହେଲେ ମାଇକ୍ରୋସଫ୍ଟ ସିଇଓ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ତଥା ଏବେର ଆମେରିକୀୟ ନାଗରିକ ସତ୍ୟମ ନାଡେଲା ମାଇକ୍ରୋସଫ୍ଟ କମ୍ପାନୀର ଚେୟାରମ୍ୟାନ୍ ଭାବରେ ପଦୋନ୍ନତି ପାଇଛନ୍ତି। 53 ବର୍ଷୀୟ ଏହି ସୁନାମଧନ୍ୟ ବ୍ୟକ୍ତି ପୂର୍ବରୁ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଥିଲେ। ସିଇଓ ହେବା ପୂର୍ବରୁ ନାଡେଲା ମାଇକ୍ରୋସଫ୍ଟର କ୍ଲାଉଡ୍ ଏବଂ ଏଣ୍ଟରପ୍ରାଇଜ୍ ଗ୍ରୁପର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଥିଲେ। କମ୍ପାନୀର କମ୍ପ୍ୟୁଟିଂ ପ୍ଲାଟଫର୍ମ ଗଠନ ଏବଂ ପରିଚାଳନାର ସେ ଉତ୍ତରଦାୟୀ ଥିଲେ।

ନାଡେଲା ହାଇଦ୍ରାବାଦରେ ତେଲୁଗୁ ଭାଷାଭାଷୀ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା ପ୍ରଭାସୀ ଜଣେ ସଂସ୍କୃତ ଅଧ୍ୟାପକ ଏବଂ ତାଙ୍କ ବାପା ବୁକାପୁରାମ ନାଡେଲା ଯୁଗନ୍ଦର 1962 ବ୍ୟାଚର ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ।

ନାଡେଲା 1990ରେ ଆମେରିକାର ୱିସ୍କନ୍ସିନ୍ ୟୁନିଭରସିଟିରେ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ ହାସଲ କରିଥିଲେ। ପରେ ସେ 1996 ମସିହାରେ ଚିକାଗୋର ସ୍କୁଲ୍ ଅଫ୍ ବିଜିନେସ୍ ବିଶ୍ୱବିଦ୍ୟାଳୟରୁ ଏମବିଏ ପାସ କରିଥିଲେ।

Related Articles

Leave a Reply

Back to top button
error: Content is protected !!