ମାତ୍ର 100 ଟଙ୍କା ପାଇଁ ପୂର୍ବତନ କୁଳପତିଙ୍କୁ ହତ୍ୟା ଅଭିଯୋଗ

0
59

ଝାରସୁଗୁଡା: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଧ୍ରୁବରାଜ ନାୟକ (83) ରବିବାର ଅପରାହ୍ନରେ ହତ୍ୟାର ଶିକାର ହୋଇଛନ୍ତି। ଝାରସୁଗୁଡା ଜିଲ୍ଲାରେ ସେ ତାଙ୍କ ଘରେ ରହିଥିଲେ। ଏହି ସମୟରେ ଜଣେ ମଦ୍ୟପ ଯୁବକ ତାଙ୍କ ଘରେ ପଶି ତାଙ୍କଠାରୁ ଟଙ୍କା ମାଗିଥିଲେ। ଶ୍ରୀଯୁକ୍ତ ନାୟକ କିନ୍ତୁ ତାଙ୍କୁ ଟଙ୍କା ଦେବାକୁ ମନା କରିଦେଇଥିଲେ। ଏବଂ ପରେ ପୋଲିସକୁ ଏ ବିଷୟରେ ଜଣାଇଥିଲେ।

ଏଥିରେ ରାଗିଯାଇ ଯୁବକ ଜଣଙ୍କ ନାୟକଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଏହାପରେ ଶ୍ରୀଯୁକ୍ତ ନାୟକଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିଲା। ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ ଦୁର୍ବୃତ୍ତ ଜଣଙ୍କ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି। 100 ଟଙ୍କା ପାଇଁ ଯୁବକ ଜଣଙ୍କ ଏପରି କାଣ୍ଡ ଭିଆଇଥିବା ସୂଚନା ରହିଛି।