?????

ଦୀପାବଳି ଯାଏ 80 କୋଟି ଲୋକଙ୍କୁ ମାଗଣାରେ ମିଳିବ ରାସନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଦୀପାବଳି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ସମ୍ପ୍ରସାରଣ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହାର ଅର୍ଥ ନଭେମ୍ବର ପର୍ଯ୍ୟନ୍ତ, 80 କୋଟି ଲୋକ ନିର୍ଦ୍ଧାରିତ ପରିମାଣର ଖାଦ୍ୟଶସ୍ୟ ପ୍ରତ୍ୟେକ ମାସ ମାଗଣାରେ ପାଇପାରିବେ। ଏହି ମହାମାରୀ ସମୟରେ, ସରକାର ସେମାନଙ୍କ ବିପଦ ବେଳର ବନ୍ଧୁ ଭାବେ ଗରିବ ଲୋକମାନଙ୍କ ସହିତ ଛିଡ଼ା ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆଜି ସଂଧ୍ୟା 5ଟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

ଦ୍ବିତୀୟ ଲହରୀ ସମୟରେ ଏପ୍ରିଲ ଓ ମେ ମାସରେ ମେଡ଼ିକାଲ ଅକ୍ସିଜେନର ଅଭୂତପୂର୍ବ ଚାହିଦା ବିଷୟରେ ସ୍ମରଣ କରି, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଆହ୍ବାନକୁ ମୁକାବିଲା କରିବା ଲାଗି ସରକାରଙ୍କ ସମସ୍ତ ବ୍ୟବସ୍ଥାକୁ ଯୁଦ୍ଧକାଳୀନ ଭିତ୍ତିରେ ନିୟୋଜିତ କରାଯାଇଥିଲା। ପୃଥିବୀ ଇତିହାସରେ ଏଭଳି ସ୍ତରର ମେଡ଼ିକାଲ ଅକ୍ସିଜେନ ଚାହିଦା କେବେ ଦେଖାଯାଇନଥିଲା ବୋଲି ମୋଦି କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ବସ୍ତରରେ, ଟିକା ଉତ୍ପାଦନ କରୁଥିବା କମ୍ପାନୀ ଓ ରାଷ୍ଟ୍ରଗୁଡ଼ିକ ସାରା ବିଶ୍ବରେ ଟିକାର ଯେତିକି ଚାହିଦା ରହିଛି ତା’ଠାରୁ ବହୁ ପଛରେ ରହିଛନ୍ତି। ଏଭଳି ପରିସ୍ଥିତିରେ, ଭାରତ ପାଇଁ ଭାରତରେ ପ୍ରସ୍ତୁତ ଟିକା ଗୁରୁତ୍ବପୂର୍ଣ୍ଣ ଥିଲା। ପ୍ରଧାନମନ୍ତ୍ରୀ ଅତୀତ କଥା ମନେ ପକାଇ କହିଥିଲେ ଯେ, ଆଗରୁ ବିଦେଶରେ ଟିକା ବିକଶିତ ହେବାର ପ୍ରାୟ ଦଶନ୍ଧି ପରେ ଭାରତ ଟିକା ପାଉଥିଲା। ଏହାର ଫଳସ୍ବରୂପ ଅତୀତରେ ଏପରି ପରିସ୍ଥିତି ସୃଷ୍ଟି ହେଉଥିଲା ଯେ ଅନ୍ୟ ଦେଶଗୁଡ଼ିକ ଟିକାକରଣ ଶେଷ କରିସାରିଲା ବେଳକୁ ଭାରତ ଟିକାକରଣ ଆରମ୍ଭ କରିପାରୁନଥିଲା। ଶ୍ରୀଯୁକ୍ତ ମୋଦି କହିଥିଲେ ଯେ ମିଶନ ମୋଡରେ ଅଭିଯାନ ଆରମ୍ଭ କରି ଆମେ 5-6 ବର୍ଷରେ ଟିକାକରଣ ପ୍ରସାରକୁ 60ରୁ 90 ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ଦେଲୁ। ଆମେ କେବଳ ଟିକାକରଣର ଗତି ବଢ଼ାଇଲୁ ନାହିଁ ବରଂ ଏହାର ପରିସରକୁ ମଧ୍ୟ ବିସ୍ତାରିତ କଲୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏବେ, ସ୍ପଷ୍ଟ ଉଦ୍ଦେଶ୍ୟ, ନୀତି ଏବଂ ନିରନ୍ତର କଠିନ ପରିଶ୍ରମ ଜରିଆରେ ଭାରତ ସମସ୍ତ ଆଶାଆଶଙ୍କାକୁ ଦୂର କରୁଛି, କେବଳ ଗୋଟିଏ ନୁହେଁ ଦେଶରେ ଦୁଇ ଦୁଇଟି ଭାରତ ନିର୍ମିତ କୋଭିଡ ଟିକା ପ୍ରଚଳନ କରାଯାଇପାରିଛି। ଆମର ବୈଜ୍ଞାନିକମାନେ ସେମାନଙ୍କର ସାମର୍ଥ୍ୟକୁ ପ୍ରମାଣିତ କରିଛନ୍ତି। ଆଜି ପର୍ଯ୍ୟନ୍ତ, 23 କୋଟିରୁ ଅଧିକ ଟିକା ଡୋଜ୍ ଦେଶରେ ଦିଆଯାଇସାରିଛି।

Related Articles

Leave a Reply

Back to top button
error: Content is protected !!