ଏମସିଏଲକୁ ଅନ୍ୟତ୍ର ଜମି ଦେବାକୁ ଦାବି, ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଲା କୋଶଳ ସେନା
ଝାରସୁଗୁଡା: ଶିଳ୍ପ ସଂସ୍ଥା ଏମସିଏଲ ତିଆରି କରିବ ଆବାସିକ କଲୋନୀ। ଏଥିପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି। ହେଲେ ଏହାକୁ ବିରୋଧ କରିଛି କୋଶଳ ସେନା। ଏ ନେଇ କୋଶଲ ସେନାର ସଦସ୍ୟ ଶୁକ୍ରବାର ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ଦାଖଲ କରିଛନ୍ତି। ଦାବି ପତ୍ର ଜରିଆରେ ଏମସିଏଲକୁ ଏକ ପୃଥକ ଜମି ଆବଣ୍ଟନ କରିବାକୁ କୋଶଲ ଦାବି କରିିଛି। ଏମସିଏଲକୁ ଆବାସିକ କଲୋନୀ ତିଆରି କରିବାକୁ ଦେଇଛି ଯଦି ଏହା କାର୍ଯ୍ୟକାରୀ ହୁଏ ତାହେଲେ ଅନେକ ଗଛ କାଟିବାକୁ ହେବ। ଗଛର ସୁରକ୍ଷାକୁ ଦୃଷ୍ଟିରେ ରଖି ଅନ୍ୟତ୍ର ଏକ ସ୍ଥାନରେ ଜମି ଯୋଗାଇ ଦିଆଯାଉ ବୋଲି କୋଶଲ ଦାବି କରିଛି।
ସେହିପରି ବେଲପାହାଡ ସ୍ଥିତ ଗ୍ରାିଣ୍ଡୋଲ ନିକଟରେ ଏମିସିଏଲକୁ ଦିଆଯାଇଥିବା 100.5 ଏକର ଜମିକୁ ବିରୋଧ କରିଛନ୍ତି। ଏଠାରେ ଆଦିବାସୀ ମାନେ ରହୁଥିଲେ। ସେମାନେ ଏଠାରେ ଏକ ଜଙ୍ଗଲ ତିଆରି ମଧ୍ୟ ତିଆରି କରିିଥିଲେ। ଏବେ ଏହି ଜମିକୁ ଏମସିଏଲକୁ ଦିଆଯିବାରୁ ଆଦିବାସୀମାନେ ଅନେକ ହଇରାଣ ହେଉଛନ୍ତି। ଏଥିପାଇଁ କ୍ଷତିପୂରଣ ଦେବାକୁ ଦାବି କରିଛି କୋଶଲ ସେନା। ଯଦି ଦାବି ପୂରଣ ନହୁଏ ତେବେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି କୋଶଲ ସେନାର ସଦସ୍ୟ।