କେନ୍ଦ୍ରର ନିର୍ଦ୍ଦେଶ କ୍ରମେ ଖାଇବା ତେଲ ଦର କମାଇଲେ କମ୍ପାନୀ
ନୂଆଦିଲ୍ଲୀ: ବିଭିନ୍ନ ସାମଗ୍ରୀର ଦର ବଢ଼ି ଚାଲିଥିବା ବେଳେ ଖାଉଟିଙ୍କ ପାଇଁ ଖୁସି ଖବର। ବିଭିନ୍ନ ତେଲ କମ୍ପାନୀ ରୋଷେଇ ତେଲ ଦର କମାଇଛନ୍ତି। ନୂଆ ଦର ଜୁଲାଇ ତୃତୀୟ ସପ୍ତାହରୁ ଲାଗୁ ହେବ। ପୂର୍ବରୁ ଆଦାନୀ ୱାଲିମରର ଫରଚ୍ୟୁନ୍ ସୋୟାବିନ୍ ତେଲ ଲିଟର ପିଛା ୧୯୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏଣିକି ୧୬୫ ଟଙ୍କାରେ ମିଳିବ । ସେହିଭଳି ଫରଚ୍ୟୁନ୍ ସନଫ୍ଲାୱାର ଦର ୨୧୦ରୁ ୧୯୯ ଟଙ୍କାକୁ ଖସି ଆସିବ । ଫରଚ୍ୟୁନ୍ ସୋରିଷ ତେଲ ୨୨୦ ଟଙ୍କାରୁ ୨୧୦ ଟଙ୍କା ହେବ । ଫରଚ୍ୟୁନ୍ ରାଇସ୍ ବ୍ରାନ୍ ଅଏଲ୍ ୨୨୫ ଟଙ୍କା ପରିବର୍ତ୍ତେ ୨୧୦ ଟଙ୍କାରେ ମିଳିବ ।
ଫ୍ରିଡମ୍ ସନ୍ ଫ୍ଲାୱାର ଦର ୨୦୦ ଟଙ୍କାରୁ ୧୯୨ ଟଙ୍କାକୁ ହ୍ରାସ୍ ପାଇବ । ଫ୍ରିଡମର ରାଇସ୍ ବ୍ରାନ୍ ତେଲ ଦର ୧୯୦ରୁ ୧୭୫ ଟଙ୍କାକୁ ଖସି ଆସିବ । ସେହିଭଳି ଫ୍ରିଡମ୍ ସୋରିଷ ତେଲ ୨୧୫ରୁ ୧୮୫ ଟଙ୍କା ହେବାକୁ ଥିବାବେଳେ ପାମୋଲିନ୍ ଅଏଲ୍ ୧୭୦ ଟଙ୍କା ବଦଳରେ ୧୫୦ ଟଙ୍କାରେ ବିକ୍ରି ହେବ ।
ସେହିଭଳି ଇମାମି ମଧ୍ୟ ବିଭିନ୍ନ ତେଲ ଦର କମାଇଛି । ସୋୟା ତେଲ ୨୧୫ ଟଙ୍କାରୁ ୧୮୦ ଟଙ୍କାକୁ ହ୍ରାସ ପାଇଥିବା ବେଳେ ଇମାମି ସୋରିଷ ତେଲ ୨୧୫ ବଦଳରେ ୧୯୮ ଟଙ୍କାରେ ବିକ୍ରି ହେବ । ଇମାମି ରାଇସ୍ ବ୍ରାନ୍ ଅଏଲ୍ ୨୨୦ ଟଙ୍କାରୁ ୧୯୦ ଟଙ୍କାକୁ ଖସି ଆସିବ । ଏହି ନୂଆ ଦର ଜୁଲାଇ ତୃତୀୟ ସପ୍ତାହରୁ ଲାଗୁ ହେବ ।
ନିକଟରେ କେନ୍ଦ୍ର ସରକାର ତେଲ ଦର କମାଇବାକୁ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।