?????

ପଞ୍ଚାୟତ ନିର୍ବାଚନରେ ରହିବନି ଓବିସି ସଂରକ୍ଷଣ, ବିଜ୍ଞପ୍ତି ଉପରେ ରୋକ୍ ଲଗାଇଲେ ସରକାର

ଭୁବନେଶ୍ୱର: ବିରୋଧୀ ଏବଂ ଜନସାଧାରଣଙ୍କ ବିରୋଧ ପରେ ବି ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ନେଇ ଯେଉଁ ବିଜ୍ଞପ୍ତି ଜାରି କରିଥିଲେ ସରକାର ସେଥିରେ କୌଣସି ପରିବର୍ତ୍ତନ କରିନଥିଲେ। ହେଲେ କିଛି ଆବେଦନକାରୀ ଏହାକୁ ଚ୍ୟାଲେଞ୍ଜ କରି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଉପରେ ରୋକ୍ ଲଗାଇଛନ୍ତି । ଆଉ ସରକାର ମଧ୍ୟ ହାଇକୋର୍ଟଙ୍କ ନିଷ୍ପତ୍ତି ଗ୍ରହଣ କରି ପୁଣିଥରେ  ସାନି ବିଜ୍ଞପ୍ତି ଜାରି କରିବେ ବୋଲି କହିଛନ୍ତି।

ତେବେ ହାଇକୋର୍ଟ ଏହି ପ୍ରସଙ୍ଗରେ ଶୁଣାଣି କରିବା ବେଳେ ସୁପ୍ରିମକୋର୍ଟଙ୍କ ଏକ ରାୟ କଥା କହିଛନ୍ତି। ଯାହା ବହୁ ଗୁରୁତ୍ୱପୂର୍ଣ୍ଣ । ହାଇକୋର୍ଟ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଏହି ନିୟମ ଲାଗୁ ହୋଇଥିଲା । ତେଣୁ ଓଡିଶାରେ ମଧ୍ୟ ଏହାକୁ ଲାଗୁ କରାଯାଇଛି। ସୁପ୍ରିମକୋର୍ଟ କହିଥିଲେ ପଞ୍ଜାୟତ ନିର୍ବାଚନରେ ଓବିସି ସଂରକ୍ଷଣ ରହିପାରିବ ନାହିଁ। ଏହାପରେ ହାଇକୋର୍ଟ ଯେଉଁ ରାୟ ଶୁଣାଇଛନ୍ତି ତଦନୁଯାୟୀ ଯେଉଁଠି ଜିଲ୍ଲାପରିଷଦ, ସରପଞ୍ଚ, ସମିତି ସଭ୍ୟଙ୍କ ପାଇଁ ଆସନ ସଂରକ୍ଷଣ ରହିବ ସେଠାରେ ଏହା ପରିବର୍ତନ କରାଯାଇ ସେହି ଆସନ ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ରହିବ ।

ହାଇକୋର୍ଟଙ୍କ ରାୟ ପରେ ସରକାର କହିଛନ୍ତି, ଆସନ୍ତା ୨୭ ତାରିଖରେ ପୁନଃ ସଂରକ୍ଷଣ ଡ୍ରାଫ୍ଟ ତାଲିକା ପ୍ରକାଶ ପାଇବ। ୩ ତାରିଖରେ ସଂରକ୍ଷଣକୁ ନେଇ ବ୍ଲକ ଓ ଜିଲ୍ଲା ସ୍ତରରେ ଆପତି ଅଭିଯୋଗ ଶୁଣାଣି କରାଯିବ, ୫ ତାରିଖରେ ଶୁଣାଣିର ସମାଧାନ କରାଯିବ ଏବଂ ୭ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ୮ ତାରିଖରେ ପଂଚାୟତରାଜ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ଚୂଡାନ୍ତ ତାଲିକା ଦିଆଯିବ । ଏହାପରେ କେବେ ନିର୍ବାଚନ ହେବ ଏ ନେଇ ରାଜ୍ୟ ନିର୍ବାଚନ କମିଶନ ଘୋଷଣା କରିବେ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଯେତେବେଳେ ପଞ୍ଚାୟତ ନିର୍ବାଚନ ସଂରକ୍ଷଣକୁ ନେଇ ଯେତେବେଳେ କୋଟା ଜାରି କରିଥିଲେ ସେହି ସମୟରେ ଯେଉଁଠି ଆଦିବାସୀଙ୍କ ସଂଖ୍ୟା ଅଧିକ ଥିଲା ସେଠାରେ ପ୍ରତିନିଧିତ୍ୱ ପାଇଁ ଓବିସିଙ୍କୁ ସୁଯୋଗ ଦିଆଯାଇଥିଲା। ଏହିପରି ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଚିତ୍ର ସାମ୍ନାକୁ ଆସିଥିଲା। ଏହାପରେ ଅନେକ ଆବେଦନକାରୀ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ।

Related Articles

Leave a Reply

Back to top button
error: Content is protected !!