?????

ପୁରୁଣାବସ୍ତି ପୋଖରୀରେ ମାଛ ମଡ଼କ, ସ୍ଥାନୀୟ ଲୋକେ ଭୟଭୀତ

ଝାରସୁଗୁଡା: ଜିଲ୍ଲାର ଏକ ପୋଖରୀରେ ଶତାଧିକ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି । ପୁରୁଣାବସ୍ତିରେ ଥିବା ପୋଖରୀରରେ ଏପରି ମାଛ ମଡ଼କ ସ୍ଥାନୀୟ ଲୋକଙ୍କୁ ଆଶ୍ଟର୍ଯ୍ୟ କରିଛି । ଯଦିଓ ମାଛ ମାଡ଼କର ପ୍ରକୃତ କାରଣ ଜଣାପଡ଼ିନାହିଁ ହେଲେ ପାଣି ପ୍ରଦୂଷଣ ପାଇଁ ଏପରି ହୋଇଥାଇପାରେ ବୋଲି ପ୍ରାଥମିକ ଆକଳନରୁ ଜଣାପଡ଼ିଛି । ଏହି ପୋଖରୀରକୁ ଯେଉଁମାନେ ଗାଧୋଇବା ପାଇଁ କିମ୍ୱା ଅନ୍ୟ କାମରେ ବ୍ୟବହାର କରୁଛନ୍ତି ସେମାନେ ଏବେ ମାଛ ମଡ଼କ ଦେଖି ଭୟଭୀତ ହୋଇଛନ୍ତି ।

ପୁରୁଣାବସ୍ତିର ବାସିନ୍ଦା ସୌରଭ ସାହୁ କହିଛନ୍ତି, “ଅନେକ କେନାଲ ଏହି ପୋଖରୀକୁ ସଂଯୋଗ କରୁଛି । ଆମେ ସ୍ଥାନୀୟ ପୌରପାଳିକା ଏବଂ ପ୍ରଶାସିନକ ଅଧିକାରୀଙ୍କୁ ପୋଖରୀ ସଫା କରିବାକୁ ବାରମ୍ବାର ଦାବି କରିଛୁ । ହେଲେ ଏଯାବତ କୌଣସି ଦାବିର ସମାଧାନ ହୋଇନାହିଁ। କାହିଁକି ସଫା କରୁ ନାହାନ୍ତି ଏହାର କାରଣ ଆମେ ଜାଣିନାହୁଁ। ହେଲେ ଗତକାଲି ମାଛ ମଡ଼କ ଘଟଣା ସାମ୍ନାକୁ ଆସିବା ପରେ ଆମେ ଭୟଭୀତ ହୋଇିଛୁ । ମୁଖ୍ୟତଃ ଏହି ଓ୍ୱାର୍ଡର 16 ଓ 17 ନମ୍ୱର ବାସିନ୍ଦା ଏହି ପୋଖରୀକୁ ଦୈନନ୍ଦିନ କାମରେ ବ୍ୟବହାର କରନ୍ତି । ହେଲେ ଗତକାଲି ମାଛ ମଡ଼କ ପରେ ପ୍ରଶାସନ ଏହି ପୋଖରୀ ପାଣିକୁ ପରୀକ୍ଷା କରିବା ଦରକାର । ନହେଲେ ଯେଉଁମାନେ ଏହି ପୋଖରୀକୁ ବ୍ୟବହାର କରୁଛନ୍ତି ସେମାନେ ଆଗାମୀ ଦିନରେ ଅନେକ କ୍ଷତିରେ ପଡ଼ିପାରନ୍ତି । ମାଛ ମଡକ ପରେ ଆମେ ଏହି ପୋଖରୀ ପାଣିକୁ ବ୍ୟବହାର କରିବା ତ ଦୂରର କଥା ଛୁଇଁବା ପାଇଁ ମଧ୍ୟ ଆମେ ଭୟ କରୁଛୁ । ଯଦି କିଛି ସମସ୍ୟାର ସମାଧାନ ନହେବ ତାହେଲେ ଆଗାମୀ ଦିନରେ ଆମେ ଆନ୍ଦୋଳନକୁ ଓହ୍ଲାଇବୁ”।

ସେହିପରି ଝାରସୁଗୁଡା ପୌରପାଳିକା ଅଧିକାରୀ ଯୋଗେନ୍ଦ୍ର ମାଝୀ କହିଛନ୍ତି, ଆମ ନଜରକୁ ପୁରୁଣାବସ୍ତିର ପୋଖୀରର ମାଛ ମଡକ ଖବର ନଜରକୁ ଆସିଛି। ଆମେ ସ୍ଥାନୀୟ ଓ୍ୱାର୍ଡ ଅଫିସ ଅଧିକାରୀଙ୍କୁ ମଧ୍ୟ ପଠାଇଛୁ। ସେମାନେ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବେ। ସେହିପରି ଜିଲ୍ଲାର ମତ୍ସ୍ୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ସେମାନେ ଆସି ପାଣିର ନମୁନା ପରୀକ୍ଷା କରିବେ। ଆଗାମୀ ଦିନରେ ଏପରି ଅବସ୍ଥା ସ୍ଥାନୀୟ ଲୋକଙ୍କୁ ଭୋଗିବାକୁ ପଡ଼ିବ ନାହିଁ।

ଉଲ୍ଲେଖଯୋଗ୍ୟ, ଝାରସୁଗୁଡ଼ା ସହରରେ ପ୍ରଦୂଷଣ ଉଦ୍‌ବେଗଜନକ ଭାବରେ ବୃଦ୍ଧି ପାଉଛି। ଦୀର୍ଘଦିନ ହେବ ଶିଳ୍ପ ଓ କଳ କାରଖାନାର ପ୍ରଦୂଷଣ ପାଇଁ ଜିଲ୍ଲାବାସୀ ଏବେ ଧନ୍ଦି ହୋଇ ରହିଛନ୍ତି । ତେଣୁ ଏହାର କୁପ୍ରଭାବ ସିଧାସଳଖ ଜୀବଜଗତ ଉପରେ ପଡ଼ୁଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ପୌର ଅଧିକାରୀଙ୍କ କାର୍ଯ୍ୟକାଳ ଦୁଇ ତିନି ବର୍ଷ ହେବ ଶେଷ ହୋଇଯାଇଛି । ତେଣୁ ପୌରା଼ଂଚଳର ସମସ୍ୟା ଶୁଣିବାକୁ କେହି ନାହାନ୍ତି। ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା କାମ ହେଉଛି।

Related Articles

Leave a Reply

Back to top button
error: Content is protected !!