?????

ରାତିରେ ସଡକ ଦୁର୍ଘଟଣା, ଦୁଇ ବାଇକ ଆରୋହୀ ମୃତ

ଝାରସୁଗୁଡା: ଅଜଣା ଟ୍ରକ ଧକ୍କାରେ ୨ ବାଇକ ଆରୋହୀ ପ୍ରାଣ ହରାଇଛନ୍ତି । ବିଳମ୍ବିତ ରାତ୍ରିରେ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ର କଦମଡିହି ଛକରେ ଦୁର୍ଘଟଣା ଘଟିଛି । ମୃତକମାନେ ବାଘମୁଣ୍ଡା ପଂଚାୟତର ବେହେରାମାଲ ଜାମବେର୍ଣ୍ଣା ଗାଁର ବୋଲି ଜଣାପଡିଛି । ସେଥିମଧ୍ୟରୁ ଜଣଙ୍କର ନାମ ଜିତେମ୍ର ମୁଣ୍ଡା, ବୟସ ୩୦ । ଅନ୍ୟଜଣଙ୍କର ପରିଚୟ କିନ୍ତୁ ଜଣାପଡିନିା

ମିଳିଥିବା ସୂଚନା ଅନୁଯାୟୀ ଦୁଇ ବାଇକ ଆରୋହୀ ବେଲପାଡା ପଟୁ ଯାଉଥିଲେ । ଏହି ସମୟରେ ବେଲପାହାଡ ପଟୁ ପଂଚୁ ଗାଁ ମୁହାଁ ଯାଉଥିବା ଏକ ବଡ ଟ୍ରକ ଦୁର୍ଘଟଣା ଦେଇଥିବା ଜଣାପଡିଛି । ଘଟଣାସ୍ଥଳରେ ଉଭୟଙ୍କର ମୃତୁ୍ୟ ଘଟିଛି । ହେଲେ ଦୁର୍ଘଟଣା ଘଟାଇଥିବା ଟ୍ରକ ଫେରାର ହୋଇଯାଇଥିଲା । ରେଙ୍ଗାଲି ପୁଲିସ କିନ୍ତୁ ଖବରପାଇ ଘଟଣାସ୍ଥଳରେ ପହଂଚିଥିଲା । ଏହାପରେ ତଦନ୍ତ କରି ଫେରାର ହୋଇଥିବା ଟ୍ରକକୁ ଗାବିନ୍ଦପୁର ନିକଟରୁ ଉଦ୍ଧାର କରାଯାଇଥିବା ବେଳେ ଡ୍ରାଇଭର ଅଟକ ରହିଛିା

Related Articles

Leave a Reply

Back to top button
error: Content is protected !!