?????

ପୂର୍ବତନ ବାଚସ୍ପତି ଶରତ କରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ଝାରସୁଗୁଡା: ଓଡ଼ିଶାର ପୂର୍ବତନ ବାଚସ୍ପତି ତଥା ମାହାଙ୍ଗାର ଜନ ନେତା ସ୍ୱର୍ଗତ ଶରତ କରଙ୍କର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ପୁଣ୍ୟ ତିଥି ପାଳିତ ହୋଇଯାଇଛି। ଏହି ଅବସରରେ ମାହାଙ୍ଗା ମୈତ୍ରୀ ମଞ୍ଚ ଓ ସ୍ଥାନୀୟ ଅଭ୍ୟର୍ଥନା କମିଟି ପକ୍ଷରୁ କୁଆଁପାଳ ସ୍ଥିତ ମାହାଙ୍ଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସ୍ବର୍ଗତ ଶରତ କରଙ୍କର ପୁର୍ଣ୍ଣ ଅବ୍ୟୟବ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଛି। ଗାନ୍ଧିବାଦୀ ନେତା ତଥା ଓଡିଶା ମଦ ମୁକ୍ତ ଆନ୍ଦୋଳନର ଆବାହକ ପଦ୍ମ ଚରଣ ନାୟକଙ୍କ କରକମଳରେ ଗତକାଲି ମଧ୍ୟାହ୍ନରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି।

ଏହି ଅବସରରେ କୁଆଁପାଳ ଠାରେ ଆୟୋଜିତ ଏକ ସ୍ମୃତି ଚାରଣ ସଭାରେ ମାହାଙ୍ଗା କଂଗ୍ରେସ ନେତା ଦେବେନ୍ଦ୍ର ସାହୁ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଶରତ କରଙ୍କର ସୁପୁତ୍ର ଶୋଭନ କର, ସୁମନ କର, ଆଇନଜୀବୀ ଆଦ୍ୟାଶା କର ଏବଂ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ନେତୃମଣ୍ଡଳୀ ଯୋଗ ଦେଇ ସ୍ବର୍ଗତଃ କର ଙ୍କର ଜୀବନ ଶୈଳୀ ଓ ସାହିତ୍ୟ ସଂସ୍କୃତି ପ୍ରତି ଥିବା ଅବଦାନ ସମ୍ବନ୍ଧରେ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ନିଜର ବାର୍ତ୍ତା ପଠାଇଥିବା କହିଛନ୍ତି ପୁଅ ଶୋଭନ କର।

Related Articles

Leave a Reply

Back to top button
error: Content is protected !!