ଝାରସୁଗୁଡାରେ ସକାଳ 6ରୁ ସଂଧ୍ୟା 6 ଖୋଲିବ ଦୋକାନ, ହଟିଲା ସପ୍ତାହନ୍ତ ସଟଡାଉନ
ଝାରସୁଗୁଡା: ଜିଲ୍ଲାରେ କୋଭିଡ ସଂକ୍ରମଣ ହାର 5 ପ୍ରତିଶତରୁ କମ୍ ରହିଛି। ତେଣୁ ଝାରସୁଗୁଡା ସମେତ 20ଟି ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ହଟାଇବା ସହିତ ସଂଧ୍ୟା 6 ଯାଏ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ବୁଧବାର ଅପରାହ୍ନରେ ପ୍ରେସ କନଫରେନସ କରି ଏହି ସୂଚନା ଦେଇଛନ୍ତି।
ଯେଉଁ ଜିଲ୍ଲା ଗୁଡ଼ିକ ଏ ଶ୍ରେଣୀରେ ରହିଛନ୍ତି ସେଗୁଡ଼ିକ ହେଲା ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେଓଗଡ, କଳାହାଣ୍ଡି, ବଲାଙ୍ଗୀର, ନୁଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା।
କୋଭିଡ ସଂକ୍ରମଣ ହାର 5 ପ୍ରତିଶତରୁ କମି ଆସିଥିବାରୁ ୩ଟି ଜିଲ୍ଲା ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର ଏ ଶ୍ରେଣୀକୁ ଯାଇଛନ୍ତି। ପୂର୍ବରୁ ଏହି ତିନି ଜିଲ୍ଲା ବି ଶ୍ରେଣୀରେ ଥିଲେ।
କ’ଣ ରହିଛି ନିୟମ
- ସକାଳ 6ରୁ ସଂଧ୍ୟା 6ଟା ଯାଏ ଦୋକାନ ଖୋଲା ରହିବ
- ମଲ, ପାର୍ଲରକୁ ଛାଡ଼ି ଦେଲେ ବାକି ସବୁ ଦୋକାନ ଖୋଲା ରହିବ
- ବସ୍ ଓ ଟ୍ୟାକ୍ସି ଚଳାଚଳ କରିବାକୁ ଅନୁମତି
- ଇନଡୋର ଓ ଆଉଟଡୋର ସୁଟିଂକୁ ଅନୁମତି
- ସପ୍ତାହନ୍ତ ସଟ ଡାଉନ ହଟାଇ ଦିଆଯାଇଥିବା ବେଳେ ନାଇଟ୍ କର୍ଫ୍ୟୁ ବଳବତ୍ତର
- ସମସ୍ତ ଜିଲ୍ଲାରେ ବିବାହ, ସାମାଜିକ କାମ ଆଦିରେ ପୂର୍ବପରି କଟକଣା ରହିଛି
ବି ଶ୍ରେଣୀରେ ଥିବା ଜିଲ୍ଲା ହେଉଛି ନୟାଗଡ଼, ପୁରୀ, ଖୋର୍ଧା, କଟକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, ଜଗତ୍ସିଂହପୁର, ଭଦ୍ରକ ଏବଂ ବାଲେଶ୍ୱର।
କ’ଣ ରହିଛି ନିୟମ
- ସକାଳ 6ରୁ ଅପରାହ୍ନ 2ଟା ଯାଏ ଦୋକାନ ଖୋଲିବାକୁ ଅନୁମତି
- 10 ଜିଲ୍ଲାରେ ଆଉଟଡୋର ସୁଟିଂ ପାଇଁ ଅନୁମତି
- ଉଠା ଦୋକାନୀ ଦୋକାନ ଖୋଲିପାରିବେ, ଖାଦ୍ୟ ପାର୍ସଲ ହେବ
- ପ୍ତାହାନ୍ତ ସଟଡାଉନ ଲାଗୁ ରହିବ
- ସମସ୍ତ ଜିଲ୍ଲାରେ ବିବାହ, ସାମାଜିକ କାମ ଆଦିରେ ପୂର୍ବପରି କଟକଣା ରହିଛି