ମମିତା ମେହେର ମୃତ୍ୟୁ; ମନ୍ତ୍ରୀଙ୍କ ବହିଷ୍କାର ଦାବି କରି ଜିଲ୍ଲା ବିଜେପିର ପ୍ରତିବାଦ

0
243

ଝାରସୁଗୁଡା: ମମିତା ମେହେର ମୃତ୍ୟୁ ମାମଲାରେ ଜିଲ୍ଲା ବିଜେପି ପ୍ରତିବାଦ କରିଛି । ଜିଲ୍ଲା ପୁଲିସ ଅଫିସ ଆଗରେ ବିଜେପି ପ୍ରତିବାଦ କରିଛି। ଏହି ହତ୍ୟା ମାମଲାରେ ଯିଏ ଦୋଷୀ ତାକୁ ଖୂବଶୀଘ୍ର ଗିରଫ କରାଯାଇ କଠୋର କାର୍ଯାନୁଷ୍ଠାନ ନେବାକୁ ବିଜେପି ଦାବି କରିଛି । ଏଥିସହ କେନ୍ଦ୍ର ଗୃହ ରାଷ୍ଚ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି।

ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ କହିଛନ୍ତି, ରାଜ୍ୟରେ ଦିନକୁ ଦିନ ନାରୀ ନିର୍ଯାତନା ବଢି ବଢି ଚାଲିଛି। ଯାହାର ଜ୍ୱଳନ୍ତ ଉଦାହରଣ ମମିତା ମେହେର ହତ୍ୟା ମାମଲା । 10-11 ଦିନ ହେବ ମମିତା ନିଖୋଜ ଥିଲେ । କିନ୍ତୁ ମଙ୍ଗଳବାର ଜଣାପଡିଥିଲା ଗୋବିନ୍ଦ ସାହୁ ହତ୍ୟା କରିଛନ୍ତି। ମନ୍ତ୍ରୀ ଦିବ୍ୟ ମିଶ୍ରଙ୍କ ସଂପୃକ୍ତି ଥିବାରୁ ଗୋବିନ୍ଦ ସାହୁ ପୁଲିସ ହେପାଜତରୁ ଫେରାର ହୋଇଯାଇଥିଲା। ତେଣୁ ଆଗ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ଏହାପରେ ତଦନ୍ତ ପ୍ରଭାବିତ ହୋଇପାରିବ ନାହିଁ।

ଅନ୍ୟପଟେ ମମତିର ତଣ୍ଟି ଚିପି ହତ୍ୟା କରିଛନ୍ତି ବୋଲି ଗିରଫ ଅଭିଯୁକ୍ତ ମମିତା ପୁଲିସ ଆଗରେ ସ୍ୱୀକାର କରିଛି । କଳାହାଣ୍ଡି ସନସାଇନ ସ୍କୁଲର ଅଧ୍ୟକ୍ଷ ମମିତା ମେହେର ମୃତ୍ୟୁକୁ ନେଇ ଗିରଫ ଅଭିଯୁକ୍ତ ତଥା ସ୍କୁଲର ମାଲିକ ଗୋବିନ୍ଦ ସାହୁ ପୁଲିସ ଆଗରେ ଏହି କଥା କହିଛି । ବୁଧବାର ପୁଲିସ ଏହି ସୂଚନା ଦେଇଛି।