?????

ବୁଧବାର ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୋମବାର କୁହାଯାଇଛି ଯେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ଜୁଲାଇ ୬ରେ ପ୍ରକାଶ ପାଇବ। ତ୍ରୁଟିମୁକ୍ତ ଭାବେ ପ୍ରକାଶ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦଶମ ଶ୍ରେଣୀ ବୋର୍ଡ ଏହି ସୂଚନା ଦେଇଛନ୍ତି।

ବୋର୍ଡ ଅଧିକାରୀଙ୍କ ସୂଚନା ଅନୁୟାୟୀ, ବୁଧବାର (ଜୁଲାଇ ୬)ରେ ଏଚଏସସି, ଏସଓଏସସି ଓ ମଧ୍ୟମା ପରୀକ୍ଷା ୨୦୨୨ର ଫଳାଫଳ ଏକା ସାଙ୍ଗରେ ପ୍ରକାଶ ପାଇବ। ପ୍ରକାଶ ପାଇବା ପୂର୍ବରୁ ବୋର୍ଡର ପରୀକ୍ଷା କମିଟି ଦ୍ୱାରା ପରୀକ୍ଷା ଫଳର ଯାଞ୍ଚ ସହିତ ଅନୁମୋଦନ କରାଯିବ। ୨୦୨୨ ଜୁଲାଇ ୬ ତାରିଖ ପୂର୍ବାହ୍ନ ୧୦ଟାରେ ପରୀକ୍ଷା କମିଟି ଡକାଯାଇଥିବା ବିଏସଇ କର୍ତ୍ତୃପକ୍ଷ କହିଛନ୍ତି। ଅପରାହ୍ନ ୧ଟାରେ ରେଜଲ୍ଟ ପ୍ରକାଶ ପାଇବା ପରେ ଅପରାହ୍ନ ୨ଟା ସୁଦ୍ଧା ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ ଓ୍ୱେବସାଇଟରେ ରେଜଲ୍ଟ ପାଇପାରିବେ।

ଚଳିତବର୍ଷ ଏପ୍ରିଲ୍ ୨୯ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ମେ’ ୭ ତାରିଖରେ ସରିଥିଲା । ପ୍ରାୟ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେବା ପାଇଁ ନାମ ପଞ୍ଜିକରଣ କରିଥିଲେ । ରେଜଲ୍ଟ ପ୍ରକାଶନ ପରେ ବୋର୍ଡ ୱେବସାଇଟ୍ http://bseodisha.ac.in/ ରେ ରେଜଲ୍ଟ ଦେଖି ହେବ । ଏଥିପାଇଁ ପରୀକ୍ଷାର୍ଥୀଙ୍କୁ ରୋଲ ନମ୍ବର ସହ ଜନ୍ମ ତାରିଖ ଦେବାକୁ ପଡ଼ିବ ।

Related Articles

Leave a Reply

Back to top button
error: Content is protected !!