?????

ଶନିବାର ଆଉ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଶନିବାର ରାଜ୍ୟରେ ଆଉ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୮ ଜଣଙ୍କର ଟ୍ରାଭେଲ ହିଷ୍ଟ୍ର ରହିଛି । ୪ଟି ଲୋକାଲ କେସ ରହିଥିବା ବେଳେ ଆଉ ଦୁଇ ଜଣଙ୍କର ଟ୍ରାଭେଲ ହଷ୍ଟ୍ରି ଜଣାପଡିନି । ନୂଆ ୧୪ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୫ରେ ପହଂଚିଛି । ଏଥିମଧ୍ୟରୁ କିନ୍ତୁ ୫ ଜଣ ସୁସ୍ଥ ହୋଇ ସାରିଛନ୍ତିା ନୂଆ ସଂକ୍ରମିତଙ୍କ ବାବଦରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇ ସାରିଛି ଇନଷ୍ଟିଚୁ୍ୟଟ୍ ଅଫ୍ ଲାଇଫ୍ ସାଇନ୍ସ (ଆଇଏଲଏସ) ।

ଡିସେମ୍ବର 21ରେ ଓଡିଶାରେ ପ୍ରଥମେ ଓମିକ୍ରନ୍ ସଂକ୍ରମିତ ଦୁଇ ଜଣ ଚିହ୍ନଟ ହୋଇଥିଲେ । ଏହି ଦୁଇ ଜଣ ଯଥାକ୍ରମେ ନାଇଜେରିଆ ଏବଂ କାତାରରୁ ଫେରିଥିଲେ। ଏହାପରେ ଡିସେମ୍ବର 23ରେ ଆଉ ଦୁଇଟି ମାମଲା ଚିହ୍ନଟ ହେବା ପରେ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା 4 ହୋଇଥିଲା। ସ୍ୱାସ୍ଥ୍ୟ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ 11 ରୁ 15 ବର୍ଷ ବୟସର ଦୁଇ ପିଲା, ଯେଉଁମାନେ ନାଇଜେରିଆରୁ ଖୋର୍ଦ୍ଧାକୁ ଫେରିଥିଲେ, ସେମାନେ ନୂଆ ଭ୍ୟାରିଆଂଟ ଦ୍ୱାରା ଚିହ୍ନଟ ହୋଇଥିଲେ। ଏହାପୂର୍ବରୁ ରବିବାର ଚାରି ଜଣ ବ୍ୟକ୍ତି ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଓମିକ୍ରନ୍ ସଂକ୍ରମିତ ଚାରିଜଣଙ୍କ ମଧ୍ୟରୁ ତିନିଜଣ ନାଇଜେରିଆରୁ ଫେରିଥିବା ବେଳେ ଅନ୍ୟ ଜଣେ ସାଉଦି ଆରବରୁ ଆସିଥିଲେ। ସେହିପରି ଡିସେମ୍ବର 29ରେ କେନ୍ଦୁଝର ଜିଲ୍ଲାରୁ ଜଣେ ବ୍ୟକ୍ତି ଓମିକ୍ରନ ଦ୍ୱାରା ସଂକ୍ରମିତ ହୋଇଥିଲେ। ସେ ଡିସେମ୍ବର 16ରେ ଦୁବାଇରୁ ଫେରିଥିଲେ।

Related Articles

Leave a Reply

Back to top button
error: Content is protected !!