?????

ତେଲ ଦର ବୃଦ୍ଧି: ଜୁଲାଇ 7ରୁ 15 କଂଗ୍ରେସ କରିବ ପ୍ରତିବାଦ

ଭୁବନେଶ୍ୱର: ରାଜ୍ୟରେ ସର୍ବାଧିକ ତେଲ ଦର ମାଲକାନଗିରିରେ ରହିଛି। 105ରୁ ଅଧିକ ରହିଛି ପେଟ୍ରୋଲ ଦର। ଏହାରି ଭିତରେ ତେଲ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରିବ ବୋଲି କଂଗ୍ରେସ ଘୋଷଣା କରିଛି। ଏଥିପାଉଁ ଜୁଲାଇ 7ରୁ 15 ସାରା ଦେଶରେ ପ୍ରତିବାଦ କରିବ କଂଗ୍ରେସ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏ ନେଇ ପ୍ରେସ କନଫରେନସ କରି ସୂଚନା ଦେଇଛନ୍ତି।

ଏଥିସହ ଜୁଲାଇ 15 ଦିନ ଗ୍ୟାସ ସିଲିଣ୍ଡର, ପେଟ୍ରୋଲ ଓ ଡିଜେଲ ଆଦି ନକିଣିବାକୁ ଅନୁରୋଧ କରିଛି କଂଗ୍ରେସ। ଯଦି ଲୋକମାନେ ନକିଣିବେ ତାହେଲେ ଏହାର ପ୍ରଭାବ କେନ୍ଦ୍ର ଓ ରାଜ୍ୟ ଉପରେ ପଡ଼ିବ ବୋଲି ପିସିସି ସଭାପତି କହିଛନ୍ତି। ଯଦିଓ କଂଗ୍ରେ ସପ୍ତାହେ ଧରି ଏପରି ବିକ୍ଷୋଭ ପ୍ରଦର୍ଶନ କରିବ ହେଲେ 15 ତାରିଖ ଦିନ ଲୋକମାନେ ଦଳର ଆହ୍ୱାନକୁ ସ୍ୱୀକାର କଲେ ଫଳପ୍ରଦ ହେବ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଛନ୍ତି।

ବିରୋଧ ପ୍ରଦର୍ଶନ ବେଳେ କଂଗ୍ରେସ କର୍ମୀ ପିକେଟିଂ କରିବେ ନାହିଁ କି କୌଣସି ସାଧାରଣ ଲୋକଙ୍କ ଯିବା ଆସିବା ରାସ୍ତା ଅବରୋଧ କରିବେ ନାହିଁ। ଏହାବାଦ୍ ତେଲ ଟାଙ୍କି ଆଗରେ ମଧ୍ୟରେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି କଂଗ୍ରେସ କର୍ମୀ ଘଟାଇବେ ନାହିଁ ବୋଲି ପିସିସି ପ୍ରେସିଡେଣ୍ଟ କହିଛନ୍ତି।

ଜୁନ 7 ରେ ପ୍ରତି ରାଜ୍ୟର ବ୍ଲକ୍ ହେଡ୍‌କ୍ୱାର୍ଟର୍ସରେ ପ୍ରତିବାଦ ହେବ। 9ରେ ଜିଲ୍ଲା ସଦର ମହକୁମାରେ ପ୍ରତିବାଦ ହେବ। 14ରେ ରାଜଧାନୀରେ ପ୍ରତିବାଦ କରାଯିବ। 17ରେ ପ୍ରତ୍ୟେକ ପେଟ୍ରୋଲ ପମ୍ପ ସାମ୍ନାରେ ସାଧାରଣ ଲୋକଙ୍କ ଠାରୁ ଦସ୍ତଖତ ଗ୍ରହଣ କରାଯିବ ବୋଲି ନିରଞ୍ଜନ କହିଛନ୍ତି। ଦର ବୃଦ୍ଧିକୁ ନେଇ କଂଗ୍ରେସ ସାଧାରଣ ଲୋକଙ୍କର ଏକ ଦସ୍ତଖତ ସଂଗ୍ରହ କରିବ। ଏହାକୁ କେନ୍ଦ୍ର ସରକାରକୁ ପରେ କଂଗ୍ରେସ ଲୋକଙ୍କ ଦାବି ହିସାବରେ ଜଣାଇବ ବୋଲି ଜଣାପଡ଼ିଛି।

ନିରଞ୍ଜନ କହିଛନ୍ତି ମୋଦି ସରକାର କୋଭିଡ ଓ ତେଲ ଦରକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ରାଜ୍ୟରେ କୋଭିଡ ମୃତ୍ୟୁ ହାର ନକମିବା ପଛରେ କୋଭିଡ ପରିଚାଳନାରେ ତ୍ରୁଟି ରହିଛି ବୋଲି ସେ କହିଛନ୍ତି। ଏହାବାଦ ତେଲ ଦର ବୃଦ୍ଧି ପାଇଥିବାରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଜିନିଷର ଦର ଦାମ ବୃଦ୍ଧି ପାଇଛି। ଏହାଦ୍ୱାରା ଲୋକମାନେ ହନ୍ତସନ୍ତ ହେଉଛନ୍ତି ବୋଲି ନିରଞ୍ଜନ କହିଛନ୍ତି।

Related Articles

Leave a Reply

Back to top button
error: Content is protected !!