?????
ବେଆଇନ ବନ୍ୟଜନ୍ତୁ ସାମଗ୍ରୀ ଚାଲାଣ ଅଭିଯୋଗରେ ଜଣେ ଗିରଫ

ସମ୍ବଲପୁର: ବନ୍ୟଜନ୍ତ ସାମଗ୍ରୀ କାରବାର ଅଭିଯୋଗରେ ଜଣେ ଗିରଫ। ଚାରୋଟି ଚିତା ବାଘ ନଖ, ବାଘର ପାଦ, ବନ୍ୟ କୁକୁରର ଚର୍ମ ଓ କେଶ ଏବଂ ବଜ୍ରକାପ୍ତା ଚୋରି ଅଭିଯୋଗରେ ଅଭିଯୁକ୍ତ ଜଣଙ୍କ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ 37 ବର୍ଷୀୟ ସମ୍ୱଲପୁରର ଆକାଶ ଅଗ୍ରଓ୍ୱାଲ ବୋଲି ଜଣାପଡ଼ିଛି।
ଡିଏଫଓ ଅଂଶୁପ୍ରଜ୍ଞା ଦାସ ମିଡିଆକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ବେଆଇନ୍ ବନ୍ୟଜନ୍ତୁ କାରବାର ନେଇ ସୂଚନା ମିଳିବା ପରେ ହୀରାକୁଦ ଓ୍ୱାଇଲ୍ଡ ଲାଇଫ୍ ଡିଭିଜନର ଅଧିକାରୀ ଜିଲ୍ଲା ପୁଲିସ ସହଯୋଗରେ ଗିରଫ କରିଥିଲେ। ଏହି କାରବାରର ମଧ୍ୟସ୍ଥି ସାଜିଥିବା ଆକାଶ ଅଗ୍ରଓ୍ୱାଲ ମଧ୍ୟ ଗିରଫ ହୋଇଥିବା ସୂଚନା ରହିଛି। ପୁଲିସ ଏବେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରି ଦେଇଛି।