?????

କରୋନାରେ ଆଖି ବୁଜିଲେଣି ଓଡ଼ିଶାରୁ 22 ଡାକ୍ତର

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରରେ ଓଡିଶାର 22 ଜଣ ଡାକ୍ତର ଏଯାବତ ଆଖି ବୁଜିଛନ୍ତି। ମୋଟ୍ ଉପରେ ଏଯାବତ ଦେଶରେ ଦ୍ୱିତୀୟ ଲହର ବେଳେ 594 ଡାକ୍ତରଙ୍କ ପ୍ରାଣ ଯାଇଛି। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ମଙ୍ଗଳବାର ଏହି ରିପୋର୍ଟ ପ୍ରକାଶ କରିଛି।

କରୋନାର ଦ୍ୱିତୀୟ ଲହରରେ ଶହୀଦ ହୋଇଥିବା ଡାକ୍ତରଙ୍କ ତାଲିକା ଅନୁଯାୟୀ ଦିଲ୍ଲୀରେ ସର୍ବାଧିକ ମୃତ୍ୟୁ ଘଟିଛି। ଏଯାବତ 107 ଜଣ ଡାକ୍ତର କରୋନାରେ ଆଖି ବୁଜିଥିବା ବେଳେ ବିହାରରେ (96) ଏବଂ ଉତ୍ତରପ୍ରଦେଶ (67) ଜଣ ପ୍ରାଣ ହରାଇଛନ୍ତି। ସେହିପରି ରାଜସ୍ଥାନରେ 43 ଜଣ, ଝାଡଖଣ୍ଡରେ 39, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ 32 ଜଣ, ଗୁଜୁରାଟରେ 31 ଏବଂ ପଶ୍ଚିମବଙ୍ଗରେ 25 ଜଣଙ୍କର ମୃତ୍ୟୁ ଘଟିଛି। ଗତ ବର୍ଷ  ଆରମ୍ଭରୁ ଏଯାବତ ପ୍ରାୟ 1300 ଡାକ୍ତରଙ୍କର କରୋନମାରେ ମୃତ୍ୟୁ ଘଟିଛି।

Related Articles

Leave a Reply

Back to top button
error: Content is protected !!