?????

କରୋନା ପରେ ଡେଙ୍ଗୁ ଆତଙ୍କ, ଏଯାବତ ରାଜ୍ୟରୁ 55 ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଟିକିଏ କମିଛି। ଏହାରି ଭିତରେ ଆରମ୍ଭ ହୋଇଛି ଡେଙ୍ଗୁ ଜ୍ୱରର ଆତଙ୍କ। ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ନିରଂଜନ ମିଶ୍ର ଡେଙ୍ଗୁ ବାବଦରେ ସୂଚନା ଦେଇ କହିଛନ୍ତି, ଗତକାଲି ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରୁ ମୋଟ 55 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।

ଡେଙ୍ଗୁ ଆକ୍ରାନ୍ତକ ସଂଖ୍ୟା ବଢ଼ୁଥିବା ଦେଖି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ଚଳିତ ମାସ ଆରମ୍ଭରେ ଡ୍ରେନ ଗୁଡିକୁ ସଫା କରିବାକୁ ନିଷ୍ପତ୍ତି ନେଇଛନ୍ତି।  ପରେ କେମିକାଲ ସ୍ପ୍ରେ ଏବଂ ବୁଦା ଆଦିକୁ ସଫା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ସେହିପରି କୋଭିଡ ସମ୍ପର୍କରେ ସେ କହିଛନ୍ତି ଯେ ରାଜ୍ୟରେ ସଂକ୍ରମଣ ହାର ହ୍ରାସ ପାଇଛି। କେତେକ ଜିଲ୍ଲାରେ ସଂକ୍ରମଣ ଧୀରେ ଧୀରେ କମିବାର ଲାଗିଛି। ପଜିଟିଭିଟି ରେଟ୍ କମିଥିବା ବେଳେ ଚିକିତ୍ସାଧୀନ ସଂଖ୍ୟା ବି କମୁଛି। ଲୋକମାନେ ସମସ୍ତେ କୋଭିଡ ପ୍ରୋଟୋକଲକୁ ମାନିବା ଦରକାର ବୋଲି ସେ କହିଛନ୍ତି।

Related Articles

Leave a Reply

Back to top button
error: Content is protected !!