?????

ପଞ୍ଚାୟତ ନିର୍ବାଚନ ପୂର୍ବରୁ କମର କଷିଲା ବିଜେପି

ଝାରସୁଗୁଡା: ଆଗକୁ ପଞ୍ଚାୟତ ନିର୍ବାଚନ । ଏହା ପୂର୍ବରୁ କମର କଷିଛି ଜିଲ୍ଲା ବିଜେପି । ଜିଲ୍ଲାର ହୋଟେଲ ସ୍ୱରୂପ ଗାର୍ଡେନ ଠାରେ ଦୁଇ ଦିନିଆ ଜ଼ିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ନିର୍ବାଚନରେ ଶାସକ ବିଜେଡିକୁ ଘେରିବାକୁ ପ୍ରସ୍ତୁତି କରିଛି ବିରୋଧୀ ବିଜେପି । ଏହି କାର୍ଯ୍ୟକାରିଣୀ ବୈଠକରେ ପ୍ରମୁଖ ସମସ୍ୟା ଉପରେ ଗୁରୁତ୍ୱ ଦେଇଛି ବିଜେପି । ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ, ଚାଷୀଙ୍କ ଉପରେ ରାଜ୍ୟ ସରକାରଙ୍କର ଟୋକନ ଅବ୍ୟବସ୍ଥା, ଝାରସୁଗୁଡା ଜ଼ିଲ୍ଲାକୁ ସମ୍ପୂର୍ଣ ମରୁଡି ଘୋଷଣା, ବ୍ରଜରାଜନଗରରେ ପଡି ରହିଥିବା ଓରିଆଣ୍ଟ କାଗଜ କଳକୁ ପୁନର୍ବାର କାର୍ଯ୍ୟକ୍ଷମ କରିବା, ବିଦ୍ୟୁତ କମ୍ପାନୀର ମନମୁଖୀ ଆଗାମୀ ଦିନରେ ବିରୋଧ କରାଯିବ ପ୍ରମୁଖ ଦାବି ରହିଛି ।

ସେହିପରି ସାଂସଦ ସୁରେଶ ପୂଜାରୀଙ୍କ ଉଦ୍ୟମରେ ଝାରସୁଗୁଡା ଠାରେ କୋଲ-ଟ୍ରିବ୍ୟୁନାଲର ସ୍ଥାୟୀ ବେଞ୍ଚ କରିଥିବାରୁ କାର୍ଯ୍ୟକାରିଣୀ ସାଂସଦ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଯାଇଛି। ଏକ ସହ ଛତିଶ କୋଟି ଲୋକଙ୍କୁ ମାଗଣା କରୋନା ଟିକା ଦେଇଥିବାରୁ କେନ୍ଦ୍ର ସରକାରଙ୍କୁ କାର୍ଯ୍ୟକାରିଣୀ ଧନ୍ୟବାଦ ଜଣାଇଛି। ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗକୁ କେନ୍ଦ୍ର ଆଇନ ମନ୍ତ୍ରୀ ଓ ସଂସଦ ଗୃହର ଦୃଷ୍ଟି ଆକର୍ଷଣ କରିଥିବାରୁ ସଂସଦ ସୁରେଶ ପୂଜାରୀଙ୍କୁ କାର୍ଯ୍ୟକାରିଣୀ ସଭାରେ ଧନ୍ୟବାଦ ଦିଆଯାଇଛି। ସେହିପରି ପ୍ରତେକ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ପାଇଁ କାର୍ଯ୍ୟକାରିଣୀ ଦାବି କରିଛି।

ଜ଼ିଲ୍ଲା ସଭାପତି ଶ୍ରୀ ମଙ୍ଗଲ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ କୁଚିଣ୍ଡା ଶ୍ରୀ ରବି ନାରାୟଣ ନାଏକ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ। ଶଙ୍କର ଓରାମ (ଝାରସୁଗୁଡା ଜ଼ିଲ୍ଲା ପ୍ରଭାରୀ ତଥା ବୀରମିତ୍ରପୁର ବିଧାୟକ) ରାଧାରାଣୀ ପଣ୍ଡା ପୂର୍ବତନ ବିଧାୟକ ବ୍ରଜରାଜନଗର, ଟଙ୍କଧର ତ୍ରିପାଠୀ, ରାଜ୍ୟ ସମ୍ପାଦକ,ସୁନୀଲ ପଣ୍ଡା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ. ସଭା ପରିଚାଳନା ଦାୟିତ୍ୱରେ ଥିଲେ ଶ୍ରୀ ଚକାନନ୍ଦ ସ (ଜ଼ିଲ୍ଲା ସାଧାରଣ ସମ୍ପାଦକ). ଅନ୍ୟତମ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Leave a Reply

Back to top button
error: Content is protected !!