?????

ପ୍ରତି ଜିଲ୍ଲାରେ ଆରଟି-ପିସିଆର ଲାବୋରେଟୋରୀ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ରାଜ୍ୟ ସରକାର

ଭୁବନେଶ୍ୱର: କୋଭିଡର ପ୍ରଥମ ଏବଂ ଦ୍ୱିତୀୟ ଲହର ବେଳେ ସମସ୍ତ ଜିଲ୍ଲାରେ ଆରଟି-ପିସିଆର ଲାବୋରେଟୋରୀ ପ୍ରତିଷ୍ଠା ହୋଇପାରିନଥିଲା। ତେଣୁ ସଂକ୍ରମିତ ଚିହ୍ନଟ ହେବାରେ ବିଳମ୍ୱ ହେଉଥିଲା। ଉପକୂଳରେ ଯଦିଓ କରୋନା ଟେଷ୍ଟ ଶୀଘ୍ର ହୋଇଯାଉଥିଲା କିନ୍ତୁ ପଶ୍ଚିମ ଓଡ଼ିଶାର ଝାରସୁଗୁଡା ପାଖରୁ ଆରମ୍ଭ କରି ସୁନ୍ଦରଗଡ଼ର ତଳିଆ ଅଞ୍ଚଳ ଏବଂ ଦକ୍ଷିଣ ଓଡ଼ିଶାରେ କରୋନା ରିପୋର୍ଟ ବିଳମ୍ୱରେ ଆସୁଥିଲା। ଏବେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି।

ସମ୍ଭାବ୍ୟ ତୃତୀୟ ଲହରକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏବେ 14ଟି ଆରଟି-ପିସିଆର ଲାବୋରେଟୋରୀ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଆଜି ଏହା କହିଛନ୍ତି। ଏମିତିକି ଯେଉଁମାନଙ୍କ ପାଖରେ କୋଭିଡ ଲକ୍ଷଣ ଥିବ ସେହି ଲୋକଙ୍କୁ ଟେଷ୍ଟ କରିବା ପାଇଁ ଦୂର ସ୍ଥାନ ଯିବାକୁ ପଡିବ ନାହିଁ ବୋଲି ସେ କହିଛନ୍ତି। ଏଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରୁଛନ୍ତି ବୋଲି ସେ କହିଛନ୍ତି।

ତେବେ ତୃତୀୟ ଲହର ଦ୍ୱିତୀୟ ଲହର ଭଳି ଏତେ ଘାତକ ହେବ ନାହିଁ ବୋଲି ଡାକ୍ତର ବିଜୟ ମହାପାତ୍ର କହିଛନ୍ତି। ଟିକାକରଣ ଯେଉଁ ସବୁ ସ୍ଥାନରେ ହୋଇଗଲାଣି ସେହି ସ୍ଥାନରେ ଆଣ୍ଚିବଡି ବଢ଼ିଛି। ଏହାଦ୍ୱାରା କରୋନା ଲଢ଼େଇ ଭଲ ଭାବରେ ହୋଇପାରିବେ ଗୁରୁତର ସଂଖ୍ୟା କମିଯିବେ ବୋଲି ସେ କହିଛନ୍ତି।

Related Articles

Leave a Reply

Back to top button
error: Content is protected !!