?????
କରୋନାର ଆରୋଗ୍ୟ ହାର 96.36 ପ୍ରତିଶତକୁ ବୃଦ୍ଧି
ନୂଆଦିଲ୍ଲୀ: ଦେଶର ସକ୍ରିୟ କରୋନା ମାମଲା 7,02,887କୁ ହ୍ରାସ ପାଇଛି। ଗତ 24 ଘଣ୍ଟା ମଧ୍ୟରେ ଭାରତର ଦୈନିକ ସକ୍ରିୟ କରୋନା ମାମଲା ସଂଖ୍ୟା 53,256 ଯାହା 88 ଦିନ ମଧ୍ୟରେ ସର୍ବନିମ୍ନ ରହିଛି। ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ 2,88,44,199 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।
ଗତ 24 ଘଣ୍ଟା ମଧ୍ୟରେ 78,190 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। କ୍ରମାଗତ 39 ଦିନ ମଧ୍ୟରେ ଦୈନିକ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ଠାରୁ ଦୈନିକ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ହେବାରେ ଲାଗିଛି। ସୁସ୍ଥତା ହାର 96.36 ପ୍ରତିଶତକୁ ବୃଦ୍ଧି ପାଇଛି। ସାପ୍ତାହିକ ପଜିଟିଭିଟି ହାର 5 ପ୍ରତିଶତ ତଳେ ରହିଛି, ବର୍ତ୍ତମାନ ଏହା 3.32 ପ୍ରତିଶତରେ ରହିଛି।
ଦୈନିକ ପଜିଟିଭିଟି ହାର 3.83 ପ୍ରତିଶତରେ ରହିଛି, ଯାହା କ୍ରମାଗତ ଭାବେ 14 ଦିନ ମଧ୍ୟରେ 5 ପ୍ରତିଶତରୁ କମ ରହିଛି।